Odisha Link
Bridging the Missing Links in Odisha

କରୋନା: ଚାଲିଗଲା ଆଉ ୬ ଜୀବନ

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ କରୋନା ସ୍ଥିତି। ରାଜ୍ୟରେ ଆଜି ୨୮ଟି ଜିଲ୍ଲାରୁ ୧୫୯୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୬୯୩ରେ ପହଁଞ୍ଚିଛି। ଅପରପକ୍ଷେ ଆଉ ୬ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୩ଜଣ ହୋଇଥିବା ବେଳେ ଭଦ୍ରକ, ରାୟଗଡ଼ ଓ ଗଜପତି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଗଞ୍ଜାମରୁ ଜଣେ ୪୪ ବର୍ଷିୟ ପୁରୁଷଙ୍କର ମୃତ୍ୟୁ ହୋଇଥିବା ବେଳେ ୫୯ ଓ ୫୦ ବର୍ଷିୟ ୨ ଜଣଙ୍କର ମୃତ୍ୟୁ ହୋିଛି। ସେହପିରି ରାୟଗଡ଼ାରୁ ଜଣେ ୭୧ ବର୍ଷିୟ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ସେ ଡାଇବେଟିସ୍‌, ଉଚ୍ଚ ରକ୍ତଚାପ ଭଳି ରୋଗରେ ପୀଡ଼ିତ ଥିଲେ। ଗଜପତିରୁ ଜଣେ ୫୩ ବର୍ଷିୟ ପୁରୁଷଙ୍କର ମୃତ୍ୟୁ ହୋଇଥିବା ବେଳେ ଭଦ୍ରକରୁ ୬୦ ବର୍ଷିୟ ପୁରୁଷଙ୍କର ମୃତ୍ୟୁ ହୋଇଛି।

ରାଜ୍ୟରେ ବର୍ତ୍ତମାନ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୦ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି।

Comments are closed.