Odisha Link
Bridging the Missing Links in Odisha

ବଡ଼ ଖବର: ରାଜ୍ୟରେ ୨୨ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ କରୋନା ସ୍ଥିତି। ରାଜ୍ୟରେ ଆଜି ୨୮ଟି ଜିଲ୍ଲାରୁ ୧୫୯୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୬୯୩ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରାଣ୍ଟିନ୍‌ ସେଣ୍ଟରରୁ ୧୦୬୭ ଜଣ ଚିହ୍ନଟ ହୋଇଥିବା ବେଳେ ୫୨୭ ଜଣ ସ୍ଥାନୀୟ ବାସିନ୍ଦା ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆଜି ଗଞ୍ଜାମରୁ ସର୍ବାଧିକ ୭୩୨ ଜଣ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୧୦, ବାଲେଶ୍ବରରୁ ୨୨, ବରଗଡ଼ରୁ ୮, ଭଦ୍ରକରୁ ୬୦, ବଲାଙ୍ଗୀରରୁ ୬, ବୌଦ୍ଧରୁ ୪୧, କଟକରୁ ୧୩୬, ଢେଙ୍କାନାଳରୁ ୨, ଗଜପତିରୁ ୩ ଜଣ ଚିହ୍ନଟ ହୋଇଛନ୍ତି।

ସେହପିରି ଜଗତସିଂହପୁରରୁ ୩, ଯାଜପୁରରୁ ୫, ଝାରସୁଗୁଡ଼ଶରୁ ୮, କଳାହାଣ୍ଡିରୁ ୧, କନ୍ଧମାଳରୁ ୧୭, କେନ୍ଦ୍ରାପଡ଼ାରୁ ୯, କେନ୍ଦୁଝରରୁ ୨୦, ଖୋର୍ଦ୍ଧାରୁ ୩୨୦, କୋରାପୁଟରୁ ୩୩, ମାଲକାନଗିରିରୁ ୯, ମୟୂରଭଞ୍ଜରରୁ ୩୨, ନବରଙ୍ଗପୁରରୁ ୩, ନୟାଗଡ଼ରୁ ୧୦, ନୂଆପଡ଼ାରୁ ୧, ପୁରୀରୁ ୩୦, ସମ୍ବଲପୁରରୁ ୧୩, ସୋନପୁରରୁ ୪ ଓ ସୁନ୍ଦରଗଡ଼ରୁ ୫୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

Comments are closed.