କଂଗ୍ରେସ ପାର୍ଟି କେବଳ ଗେହଲଟଙ୍କର ନୁହେଁ: ପାଇଲଟ୍

ଜୟପୁର: ରାଜସ୍ଥାନ ରାଜନୈତିକରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ସଚିନ ପାଇଲଟ୍। ବିଜେପିକୁ ଯିବାକୁ ନେଇ ଯେଉଁ ଚର୍ଚ୍ଚା ଲାଗି ରହିଛି ସେଥିରେ ନିଜେ ବିରାମ ଲଗାଇଛନ୍ତି ସଚିନ୍ ପାଇଲଟ୍। ସେ କହିଛନ୍ତି ମୁଁ ବିଜେପିକୁ ଯିବାର ନାହିଁ। କଂଗ୍ରେସ ପାର୍ଟି କେବଳ ଅଶୋକ ଗେହଲଟଙ୍କର ନୁହେଁ ମୋର ମଧ୍ୟ।
ଦଳ ବିରୋଧୀ କାର୍ଯ୍ୟକଳାପ ସମ୍ପର୍କରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଳଟ୍ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ଦଳ ବିରୋଧରେ କିଛି କହି ନାହିଁ। ସେ ଆହୁରି କହିଛନ୍ତି ଯେ, ମୁଁ ସମସ୍ତ ଅଭିଯୋଗର ଉତ୍ତର ଦେବି। ମୋର ସଂଗ୍ରାମ ଅଶୋକ ଗେହଲୋଟଙ୍କ ସହ ଅଛି। ମୁଁ କେବେ ବି ବିଜେପି ଯିବି ନାହିଁ। କୋର୍ଟଙ୍କ ନିଷ୍ପତ୍ତି ପରେ ସାମ୍ବାଦିକ ସମ୍ମିଳନୀ କରିବି। ଯେଉଁମାନେ ମୋତେ ବଦନାମ କରୁଛନ୍ତି, ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ସଚିନ କହିଛନ୍ତି।
ରାଜସ୍ଥାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ଉପରେ ଆଜି ହାଇକୋର୍ଟ ରାୟ ଶୁଣାଇବେ। ସଚିନ ପାଇଲଟଙ୍କ ସହଯୋଗୀ ବିଧାୟକ ବାଚସ୍ପତିଙ୍କ ନୋଟିସ୍ ବିରୋଧରେ ଅଦାଲତର ସମ୍ମୁଖୀନ ହୋଇଥିଲେ। ହାଇକୋର୍ଟ ତାଙ୍କ ପୂର୍ବ ଶୁଣାଣିରେ ବିଦ୍ରୋହୀ ବିଧାୟକ ବିରୋଧରେ କିଛି ବି କାର୍ଯ୍ୟନୁଷ୍ଠାନ ନନେବା ପାଇଁ ରାୟ ଶୁଣାଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ବାଚସ୍ପତି ସିପି ଜୋଶୀ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ ସଂରକ୍ଷିତ ରଖିଥିଲେ ଏବଂ ହାଇକୋର୍ଟର ପୁନଃ ଶୁଣାଣି ପରେ ସୋମବାର ରାୟ ଶୁଣାଇବେ ବୋଲି କହିଥିଲେ। ବର୍ତ୍ତମାନ ସମସ୍ତଙ୍କର ନଜର ଆଜି ହାଇକୋର୍ଟଙ୍କ ଶୁଣାଣି ଉପରେ ରହିଛି।
Comments are closed.