Odisha Link
Bridging the Missing Links in Odisha

ଅଗଷ୍ଟ ୧୫ରେ କରୋନାରୁ ମୁକ୍ତି ଓ ଆତ୍ମନିର୍ଭର ଭାରତର ସଂକଳ୍ପ ନେବା: ମୋଦୀ

ନୂଆଦିଲ୍ଲୀ: ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିଛନ୍ତି। ଆଜି ପୂର୍ବାହ୍ଣରେ ତାଙ୍କର ୬୭ତମ ରେଡିଓ କାର୍ଯ୍ୟକ୍ରମରେ ସ୍ବାଧୀନତା ଦିବସକୁ ଏଥର ଭିନ୍ନ ପରିସ୍ଥିତିରେ ହେବ ବୋଲି କହିଛନ୍ତ ପ୍ରଧାନମନ୍ତ୍ରୀ ମୋଦୀ।

ମୋଦୀ କହିଥିଲେ,

ମୋର ନିଜ ଯୁବ ବନ୍ଧୁମାନଙ୍କୁ, ସମସ୍ତ ଦେଶବାସୀଙ୍କୁ ଅନୁରୋଧ ଯେ, ଆମେ ସ୍ୱାଧୀନତା ଦିବସରେ ମହାମାରୀରୁ ମୁକ୍ତି ପାଇଁ ସଂକଳ୍ପ ନେବା, ଆତ୍ମନିର୍ଭର ଭାରତର ସଂକଳ୍ପ ନେବା, କିଛି ନୂଆ ଶିଖିବା ଓ ଶିଖାଇବାର ସଂକଳ୍ପ ନେବା, ନିଜ କର୍ତବ୍ୟ ପାଳନ କରିବାର ସଂକଳ୍ପ ନେବା। ଆମ ଦେଶ ଏବେ ଯେଉଁ ଉଚ୍ଚତାରେ ପହଞ୍ଚିଛି, ତାହା ଏପରି କେତେକ ମହାପୁରୁଷଙ୍କ ତପସ୍ୟା କାରଣରୁ ସମ୍ଭବ ହୋଇଛି, ଯେଉଁମାନେ ରାଷ୍ଟ୍ରନିର୍ମାଣ ପାଇଁ ନିଜର ଜୀବନକୁ ସମର୍ପି ଦେଇଥିଲେ। ସେମାନଙ୍କ ମଧ୍ୟରୁ ଲୋକମାନ୍ୟ ତିଳକ ଅନ୍ୟତମ। ଅଗଷ୍ଟ ୧, ୨୦୨୦ରେ ଲୋକମାନ୍ୟ ତିଳକଙ୍କ ୧୦୦ ତମ ପୁଣ୍ୟତିଥି। ଲୋକମାନ୍ୟ ତିଳକଙ୍କ ଜୀବନ ଆମ ସମସ୍ତଙ୍କ ପାଇଁ ବହୁତ ବଡ଼ ପ୍ରେରଣା। ତାହା ଆମକୁ ବହୁତ କିଛି ଶିକ୍ଷା ଦେଇଥାଏ।

Comments are closed.