Odisha Link
Bridging the Missing Links in Odisha

ଖଟିଆରେ ୪ କିଲୋମିଟର ବୁହାହେଲେ ରୋଗୀ

ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବାଣିଗୋଚ୍ଛା ଥାନା ଅନ୍ତର୍ଗତ ବୁରୁପଲ୍ଲୀ ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଗ୍ରାମର ଜଣେ ରୋଗୀଙ୍କୁ ଖଟିିଆରେ ୪ କିଲୋମିଟର ବୋହି ଡାକ୍ତରଖାନାକୁ ପଠାଯାଇଛି।

ଆଜି ପୂର୍ବାହ୍ନରେ ଗ୍ରାମର ହଜାରୀ ନାୟକ (୫୦) ହଠାତ୍‌ ସଂଜ୍ଞାହୀନ ହୋଇପଡ଼ିବାରୁ ଗ୍ରାମବାସୀ ୧୦୮ ନମ୍ବରରେ ଫୋନ୍‌ କରି ଆମ୍ବୁଲାନ୍ସ ଡାକିଥିଲେ। ତେବେ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଅତ୍ୟନ୍ତ ଶୋଚନୀୟ ଥଥିବାରୁ ଗ୍ରାମ ଠାରୁ ୪ କିଲୋମିଟର ଦୂରରେ ଆମ୍ବୁଲାନ୍ସ ଅଟକି ରହିଥିଲା। ଅନନ୍ୟୋପାୟ ହୋଇ ଗୁରୁତର ହଜାରୀଙ୍କୁ ଏକ ଖଟିଆରେ ବୋହି ଗ୍ରାମବାସୀ ୪ କିଲୋମିଟର ରାସ୍ତା ଅତିକ୍ରମ କରିଥିଲେ। ସେଠାରୁ ତାଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ପଠାଯାଇଥିଲା।

ରୋଗୀଙ୍କୁ ଖଟିଆରେ ବୋହିବାରେ ଆମ୍ବୁଲାନ୍ସ ପାଇଲଟ ଚିତ୍ତରଂଜନ ଦାସ, ଇଏମ୍‌ଟି ହରିହର ଦେହୁରୀ ଓ ଆଟେଣ୍ଡାଣ୍ଟ ମନୋଜ କୁମାର ଜାନି ସହଯାଗ କରିଥିଲେ।

Comments are closed.