Odisha Link
Bridging the Missing Links in Odisha

ଓଡ଼ିଶା ଆଲବମ୍‌ ଜଗତରେ ଅପୂରଣୀୟ କ୍ଷତି: ଧର୍ମେନ୍ଦ୍ର

ଭୁବନେଶ୍ବର: ଲୋକପ୍ରିୟ ଆଲବମ୍ ଅଭିନେତ୍ରୀ ଦୀପା ସାହୁଙ୍କ ଦେହାନ୍ତରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ ବିୟୋଗରେ ଓଡ଼ିଶା ଆଲବମ୍ ଜଗତରେ ଅପୂରଣୀୟ କ୍ଷତି ଘଟିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ ଶୋକବାର୍ତ୍ତାରେ କହିଛନ୍ତି ଯେ ଓଡ଼ିଆ ଅଭିନେତ୍ରୀ ଦୀପା ସାହୁଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ। ବିଶେଷତଃ ଓଡ଼ିଆ ଆଲବମ୍ ଜଗତରେ ସେ ତାଙ୍କ କଳାର ନିଖୁଣ ଛାପ ଦ୍ୱାରା ଅନେକ ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲେ। ତାଙ୍କ ବିୟୋଗରେ ଓଡ଼ିଶା ଆଲବମ୍ ଜଗତରେ ଅପୂରଣୀୟ କ୍ଷତି ଘଟିଲା।

ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆଞଗାର ସଦଗତି କାମନା କରୁଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ଦୁଃଖ ସମୟରେ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ।

Comments are closed.