Odisha Link
Bridging the Missing Links in Odisha

ଗୋମାଂସ ଧରିଥିବା ସନ୍ଦେହରେ ହାତୁଡ଼ିରେ ପିଟିଲେ, ୨ ଗିରଫ

ଗୁରୁଗ୍ରାମ: ଗୋମାଂସ ନେଉଥିବା ସନ୍ଦେହ କରି ଜଣେ ୨୫ ବର୍ଷିୟ ଡ୍ରାଇଭରଙ୍କୁ ଅନ୍ୟ କେତେକ ଯୁବକ ହାତୁଡ଼ିରେ ମାଡ଼ ମାରିଥିଲେ। ମାଡ଼ ମାରୁଥିବା ସମୟର ଭିଡିଓ ପ୍ରଘଟ ହେବା ପରେ ପୁଲିସ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫ କରିଛି।

ପୁଲିସ ଏ ମାମଲାରେ ସଂପୃକ୍ତ ୫-୬ ଜଣଙ୍କୁ ଚିହ୍ନଟ କରିଥିବା ଦାବି କରିଛି। ଆଜି ଦୁଇଜଣ ଗିରଫ ହୋଇଥିବା ବେଳେ ଅନ୍ୟମାନେ ଖୁବ୍‌ ଶୀଘ୍ର ଧରାପଡ଼ିବେ ବୋଲି ଗୁରୁଗ୍ରାମ ପୁଲିସ କମିଶନର କେକେ ରାଓ କହିଛନ୍ତି।

ଶୁକ୍ରବାର ଦିନ ସକାଳେ ଏହି ଘଟଣା ଘଟିଥିଲା। ପୀଡ଼ିତଙ୍କ ନାମ ଲକ୍ଷ୍ମଣ ଓ ସେ ଜଣେ ପିକ୍‌ଅପ୍‌ ଟ୍ରକ୍‌ ଚାଳକ। ଗୋରକ୍ଷକମାନେ ତାଙ୍କ ଟ୍ରକ୍‌କୁ ପ୍ରାୟ ୮ କିଲୋମିଟର ପିଛା କରି ଧରିଥିଲେ। ଅଭିଯୁକ୍ତମାନେ ତାଙ୍କୁ ଟ୍ରକ୍‌ରୁ ବାହାରକୁ ଆଣି ନର୍ଦ୍ଦୟ ଭାବରେ ପିଟିଥିଲେ। ସେଠାରୁ ଲକ୍ଷ୍ମଣଙ୍କୁ ବାଦଶାହପୁର ଗାଁକୁ ନେଇ ପୁଣି ମାଡ଼ ମାରିଥିଲେ। ଏହି ସମୟରେ ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା।

ତେବେ ଟ୍ରକ୍‌ରେ ମଇଁଷି ମାଂସ ଯାଉଥିଲା ବୋଲି ଗାଡ଼ି ମାଲିକ କହିଛନ୍ତି। ସେ ଦୀର୍ଘ ୫୦ ବର୍ଷ ଧରି ଏ ବ୍ୟବସାୟ କରୁଛନ୍ତି ବୋଲି କହିଛନ୍ତି।

Comments are closed.