Odisha Link
Bridging the Missing Links in Odisha

ପାକିସ୍ତାନ ଟିଭି ଚାନେଲ୍‌ ହାକ୍: ପରଦାରେ ଭାରତୀୟ ପତାକା ଓ ସ୍ବାଧୀନତା ଦିବସ ଶୁଭେଚ୍ଛା

ଓଏଲ୍‌ ବ୍ୟୁରୋ: ଚଳିତ ମାସରେ ଭାରତ ଓ ପାକିସ୍ତାନ ଉଭୟ ଦେଶର ସ୍ବାଧୀନତା ଦିବସ ପଡ଼ୁଥିବା ବେଳେ ଆଜି ପାକିସ୍ତାନର ପ୍ରସିଦ୍ଧ ଖବର ସଂସ୍ଥା ‘ଡନ୍‌’ର ଟିଭି ଚାନେଲ୍‌ ହ୍ୟାକ୍‌ ହୋଇଛି। ଚାନେଲ୍‌ ହାକ୍‌ ହେବା ପରେ ଏଥିରେ ଭାରତର ଜାତୀୟ ପତାକା ଦେଖିବାକୁ ମିଳିଛି। ଏହା ଉପରେ ‘ହାପ୍ପୀ ଇଣ୍ଡିପେଣ୍ଡେନ୍ସ ଡେ’ ଉଲ୍ଲେଖ ଅଛି।

ଡନ୍‌ ହେଉଛି ପାକିସ୍ତାର ଅନ୍ୟତମ ପ୍ରସିଦ୍ଧ ଖବର ସଂସ୍ଥା। ଏହଇ ନାମରେ ଖବରକାଗଜ, ଓ୍ବେବ୍‌ ପୋର୍ଟାଲ୍‌ ସାଙ୍ଗକୁ ଏକ ଟିଭି ଚ୍ୟାନେଲ୍‌ ମଧ୍ୟ ରହିଛି। ଡନ୍‌ ଟିଭି ଆଜି ଅପରାହ୍ଣ ୩ଟା ୩୬ରେ ହାକ୍‌ ହୋଇଥିଲା। ଏକ ପ୍ରଓାଧନ ସାମଗ୍ରୀର ବିଜ୍ଞାପନ ଚାଲିଥିବା ବେଳେ ଡଠାତ ଏହା ଉପରେ ଭାରତ ଜାତୀୟ ପତାକା ଦେଖାଯାଇଥିଲା। ଏହା ସହ ପରଦାରେ ‘ହାପ୍ପୀ ଇଣ୍ଡିପେଣ୍ଡେନ୍ସ ଡେ’ ଲେଖାଯାଇଥିଲା।

Comments are closed.