Odisha Link
Bridging the Missing Links in Odisha

ଚାରିଦିନ ତଳେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲେ ଅମିତ ଶାହ !

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସଂଗରୋଧରେ ରହିବାକୁ ଓ କୋଭିଡ୍‌ ପରୀକ୍ଷଣ କରାିବାକୁ ସେ ପରାମର୍ଶ ଦେଇଛନ୍ତି। ତେବେ ସେ ଚାରିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନକୁ ଯାଇଥିଲେ ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଦୁଇଦିନ ତଳେ କ୍ୟାବିନେଟ୍‌ ବୈଠକ ଡକାଯାଇଥିଲା ଓ ଏଥିରେ ଶ୍ରୀ ଶାହ ଯୋଗ ଦେଇଥିଲେ। ତେବେ ବୈଠକ ବେଳେ ସାମାଜିକ ଦୂରତ୍ବ ଅବଲମ୍ବନ କରାଯାଇଥିଲା।

କରୋନା ଭୂତାଣୁ ସଂକ୍ରମଣ କାରଣରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବିଗତ କିଛି ମାସ ଧରି କୋଭିଡ୍‌ ନିୟମ ଓ ଅନ୍ୟାନ୍ୟ ପ୍ରତିଷେଧକ ବ୍ୟବସ୍ଥା କଡ଼ାକଡ଼ି ଭାବେ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କାର୍‌ ବ୍ୟବହାର ଉପରେ କଟକଣା ଥିବା ବେଳେ ଅଗନ୍ତୁକଙ୍କ ତାପମାତ୍ରା ପରୀକ୍ଷା ଓ ଆରୋଗ୍ୟ ସେତୁ ଆପ୍‌ ବ୍ୟବହାର କରାଯାଉଛି। ବ୍ୟକ୍ତିଗତ ବୈଠକକୁ ପ୍ରାୟତଃ ଏଡ଼ାଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରାଯାଉଛି।

ଅମିତ ଶାହଙ୍କ ସଂଗଠାବ (କଣ୍ଟାକ୍ଟ ଟ୍ରେସିଂ) ଶେଷ ହୋଇଥିବା ବେଳେ କେଉଁମାନଙ୍କ ନାମ ଏଥିରେ ରହିଛି ତାହା ଏଯାବତ ଜଣାପଡ଼ିନାହିଁ।

Comments are closed.