ଝିଅ ଓ ୬ କର୍ମଚାରୀଙ୍କ ସମେତ କର୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ କରୋନ
ବେଙ୍ଗାଲୁରୁ: କର୍ଣାଟକ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ୍ ୟେଦ୍ୟୁରପ୍ପା କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ତାଙ୍କ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀଙ୍କର ମଧ୍ୟ ନମୁନା ପରୀକ୍ଷା କରାଯାଇଛି। ଏଥିରେ ୬ ଜଣ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ୟେଦ୍ୟୁରପ୍ପାଙ୍କ ଝିଅ ପଦ୍ମାବତୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି।
ଗତକାଲି ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ସମେତ କର୍ଣାଟକରେ ୫,୫୩୨ ନୂଆ କୋଭିଡ୍ ପଜିଟିଭ୍ ଠାବ ହୋଇଛନ୍ତି। ଏହା ସହ ରାଜ୍ୟରେ ମୋ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୪,୮୧୯ରେ ପହଞ୍ଚିଛି। କେବଳ ରାଜଧାନୀ ବେଙ୍ଗାଲୁରୁରେ ଗତକାଲି ୨,୧୦୪ ଜଣ ନୂଆ କରୋନା ଆକ୍ରାନ୍ତ ମିଳିଛନ୍ତି। ବେଙ୍ଗାଲୁରୁରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯,୫୦୧।
Comments are closed.