Odisha Link
Bridging the Missing Links in Odisha

ବଦଳିଲେ ଖୋର୍ଦ୍ଧା ଜିଲ୍ଲାପାଳ, ୪ ନୂଆ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ବ

ଭୁବନେଶ୍ବର: ରାଜ୍ୟ ସରକାର ଆଜି ପ୍ରାଶାସନିକ ସ୍ତରରେ ସାମାନ୍ୟ ଅଦଳବଦଳ କରିଛନ୍ତି। ଖୋର୍ଦ୍ଧାର ଜିଲ୍ଲାପାଳ ବଦଳିଛନ୍ତି। ଏହା ଭିନ୍ନ ୪ ଜଣ ନୂଆ ପ୍ରଶାସକଙ୍କୁ ମଧ୍ୟ ଆଜି ଦାୟିତ୍ବ ଅର୍ପଣ କରାଯାଇଛି।

ଖୋର୍ଦ୍ଧା ଜିଲ୍ଲାପାଳ ଓଏଏସ୍‌ ଅଧିକାରୀ ସୀତାଂଶୁ କୁମାର ରାଉତଙ୍କ ବ୍ରହ୍ମପୁରର ଚକବନ୍ଦୀ ଓ ବନ୍ଦୋବସ୍ତ ଅତିରିକତ ଆୟୁକ୍ତ ଭାବେ ଅବସ୍ଥାପିତ କରାଯାଇଛି। ଅନୁସୂଚୀତ ଜାତି ଓ ଜନଜାତି ବିଭାଗ ଅତିରିକ୍ତ ସଚିବ ଓଏଏସ୍‌ ଅଧିକାରୀ ସନତ କୁମାର ମହାନ୍ତିଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ଅବସ୍ଥାନିତ କରାଯାଇଛି।

ସେହିପରି ପ୍ରଶିକ୍ଷଣର ଦ୍ବିତୀୟ ପର୍ଯ୍ୟାୟ ପୂରା କରିଥିବା ୪ ଜଣ ନୂଆ ଭାରତୀୟ ପ୍ରାଶସନିକ (ଆଇଏଏସ୍) ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। କୀର୍ତ୍ତି ବସନ ଭିଙ୍କୁ ଗଞ୍ଜାମ କୋଭିଡ୍‌ ପରିଚାଳନାର ସ୍ବତନ୍ତ୍ର ଅଧିକାରୀ (ଓଏସ୍‌ଡି) ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ଶୁଭଙ୍କର ମହାପାତ୍ରଙ୍କୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଉପଜିଲ୍ଲାପାଳ କରାଯାଇଛି। ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ସମ୍ବଲପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିବା ବେଳେ ଜେ ସୋନାଲଙ୍କୁ ଗଜପତି ଜିଲ୍ଲାରେ କୋଭିଡ୍‌ ପରିଚାଳନାର ସ୍ବତନ୍ତ ଅଧିକାରୀ ଭାବେ ନିଯୁକ୍ତି ମିଳିଛି।

Comments are closed.