ଗହ୍ମା ପୂର୍ଣ୍ଣିମାରେ ଗୋ-ସେବା କଲେ କୃଷିମନ୍ତ୍ରୀ ଅରୁଣ କୁମାର ସାହୁ
ନୟାଗଡ଼: ସ୍ଥାନୀୟ ବିଧାୟକ ତଥା ରାଜ୍ୟର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ଗହ୍ମା ପୂର୍ଣ୍ଣିମା ଅବସରରେ ଗୋ-ସେବା କରିଛନ୍ତି। ଗତବର୍ଷ ଏହି ଦିନରେ ସ୍ଥାନୀୟ ଚାଷକୂଳଙ୍କ ଉପସ୍ଥିତିରେ ଗହ୍ମା ପୂର୍ଣ୍ଣିମା ପାଳିତ ହୋଇଥିବା ବେଳେ ଏ ବର୍ଷ କୋଭିଡ୍ କଟକଣା କାରଣରୁ ଏହା ସାଙ୍କେତିକ ଭାବେ ପାଳିତ ହୋଇଛି। ଗାଈକୁ ଫୁଲମାଳ ଓ ରାକ୍ଷୀ ପିନ୍ଧାଇବା ସହ ନାନାଦି ଫଳାହାର ଦେଇ ଡ. ସାହୁ ଆଜିର ଦିନଟିକୁ ପାଳନ କରିଛନ୍ତି।
ଗହ୍ମା ପୂର୍ଣ୍ଣିମା ଚାଷୀକୂଳର ମର୍ଯ୍ୟାଦା ଓ ଗୋ-ପ୍ରୀତିର ଏକ ନିଆରା ପରମ୍ପରା ବୋଲି ଡ. ସାହୁ କହିଛନ୍ତି। ସାରା ମଣିଷ ଜାତିକୁ ଖାଦ୍ୟ ଯୋଗାଉଥିବା ଚାଷୀକୂଳ ସମାଜରେ ସବୁଠୁ ଅଧିକ ସମ୍ମାନାଷ୍ପଦ ବ୍ୟକ୍ତି। ବିଲକୁ ଖତ ଓ ଆମକୁ ନାନାଦି ଦୁଗ୍ଧଜାତ ଦ୍ରବ୍ୟ ଯୋଗାଉଥିବା ଗାଈ ପ୍ରତି ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରିବାର ଏହା ଏକ ସୁଯୋଗ ବୋଲି ସେ ମତ ଦେଇଛନ୍ତି। ଏ ଅବସରରେ ସେ କୃଷକ ଓ ଗୋପାଳକମାନଙ୍କୁ ପ୍ରଣାମ ଜଣାଇଛନ୍ତି।
ଏ ବର୍ଷ ଗହ୍ମାପୂର୍ଣ୍ଣିମାରେ କୃଷକ ଏବଂ ଗୋପାଳକ ମାନଙ୍କୁ ମୋର କୋଟି ପ୍ରଣାମ ।@krushibibhag @farddept pic.twitter.com/KTnuWjIr5T
— Dr. Arun Kumar Sahoo (@dr_arunsahoo) August 3, 2020
ଆଜି ଭଗବାନ ବଳଭଦ୍ରଙ୍କ ଜନ୍ମତିଥି। ସେ କୃଷିର ଅନନ୍ୟ ପ୍ରତୀକ। ରୋହିଣୀ ନାମକ ଗାଈ ଗର୍ଭରୁ ସେ ଜାତ ହୋଇଥିବା ବେଳେ ଆୟୁଧ ତାଙ୍କର ଲଙ୍ଗଳ। ତାଙ୍କର ଜନ୍ମତିଥିକୁ ଓଡ଼ିଶାର ନୟାଗଡ଼, ପାରଳାଖେମୁଣ୍ଡି, ବ୍ରହ୍ମପୁର ଓ ଅନ୍ୟ କେତେକ ଅଞ୍ଚଳରେ ବେଶ୍ ଧୁମଧାମରେ ପାଳନ କରାଯାଇଥାଏ। ଏହି ଅବସରରେ ଗହ୍ମା-ଡିଆଁ ପ୍ରତିଯୋଗିତା ଆୟୋଜିତ ହୁଏ। ଏଥିରେ ଯୁବକମାନେ ନିଜର ବୀରତ୍ବ ଓ ଶକ୍ତି ପ୍ରଦର୍ଶନ କରିଥା’ନ୍ତି।
Comments are closed.