Odisha Link
Bridging the Missing Links in Odisha

ପ୍ରଧାନମନ୍ତ୍ରୀଙ୍କୁ ଲତା ମଙ୍ଗେସକରଙ୍କ ରାକ୍ଷୀ ବାର୍ତ୍ତା

ରକ୍ଷା ବନ୍ଧନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଅଡିଓ ବାର୍ତ୍ତା ପଠାଇଛନ୍ତି ସ୍ବରସାମ୍ରାଜ୍ଞୀ ଲତା ମଙ୍ଗେସକର। ୧ ମିନିଟ୍‌ ୨୩ ସେକେଣ୍ଡର ଏ ଅଡିଓ ବାର୍ତ୍ତା ସହ ଲତା ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର କିଛି ଫଟୋ ମଧ୍ୟ ଛାଡ଼ିଛନ୍ତି।

ଲତା କହିଛନ୍ତି, ‘ନରେନ୍ଦ୍ର ଭାଇ,ଆଜି ରାକ୍ଷୀର ଏ ଶୁଭ ଦିନରେ ମୁଁ ଆପଣଙ୍କୁ ପ୍ରଣାମ କରୁଛି। ଆଜି ତ ମୁଁ ରାକ୍ଷୀ ପଠାଇ ପାରିବିନାହିଁ। ଏହାର କାରଣ ସାରା ଦୁନିଆ ଜାଣିଛି। ନରେନ୍ଦ୍ର ଭାଇ, ଆପଣ ଦେଶ ପାଇଁ ଏତେ କାମ କରିଛନ୍ତି ଏବଂ ଏତେସୁନ୍ଦର କଥା କହିଛନ୍ତି ଯେ ଦେଶବାସୀ ତାହା କେବେ ବି ଭୁଲିପାରିବେ ନାହିଁ। ଆଜି ଭାରତର କୋଟି କୋଟି ମହିଳା ଆପଣଙ୍କୁ ରାକ୍ଷୀ ବାନ୍ଧିବାକୁ ଆଗ୍ରହୀ, କିନ୍ତୁ ରାକ୍ଷୀ ବାନ୍ଧିବା କଷ୍ଟକର। ଆପଣ ବୁଝି ପାରୁଥିବେ। ଯଦି ସମ୍ଭବ, ଆପଣ ରାକ୍ଷୀ ଦିନରେ ଆମକୁ କଥା ଦିଅନ୍ତୁ, ଭାରତକୁ ଅଧିକ ଉଚ୍ଚତାକୁ ନେଇଯିବେ। ନମସ୍କାର।’

ଲତା ଏହି ବାର୍ତ୍ତା ଟ୍ବିଟର୍‌ରେ ଛାଡ଼ିଥିବା ବେଳେ ଏହର ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ମୋଦୀ ଲେଖିଛନ୍ତି, ‘ଲତା ଦିଦି, ରକ୍ଷା ବନ୍ଧନର ଏ ଶୁଭଦିନରେ ଆପଣଙ୍କର ଏ ଭାବପୂର୍ଣ୍ଣ ବାର୍ତ୍ତା ଅସୀମ ପ୍ରେରଣା ଓ ଶକ୍ତି ଦେବ। କୋଟି କୋଟି ମା’ ଓ ଭଉଣୀଙ୍କ ଆଶୀର୍ବାଦରେ ଆମ ଦେଶ ନିତି ନୂଆ ଉଚ୍ଚତାକୁ ଛୁଇଁବ, ନୂଆ ନୂଆ ସଫଳତା ପ୍ରାପ୍ତହେବ। ଆପଣ ସୁସ୍ଥ ରହନ୍ତୁ ଓ ଦୀର୍ଘାୟୁ ହୁଅନ୍ତୁ, ଈଶ୍ବରଙ୍କ ପାଖରେ ମୋତ ଏହି ପ୍ରାର୍ଥନା।’

Comments are closed.