ରାମ ମନ୍ଦିର ଭୂମିପୂଜା ଉତ୍ସବରେ ଯୋଗଦେବେନି ଉମା ଭାରତୀ
ଭୋପାଳ: ରାମ ମନ୍ଦିର ନିର୍ମାଣ ଆନ୍ଦୋଳନର ଅନ୍ୟତମ ସାରଥି ତଥା ବରିଷ୍ଠ ବିଜେପି ନେତା ଉମା ଭାରତୀ ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ଭୂମିପୂଜା ସମାରୋହରେ ଯୋଗଦେବେନାହିଁ ବୋଲି ଟୁଇଟ୍ କରି ଜଣାଇଛନ୍ତି। କରୋନା ସଂକ୍ରମଣ ଜନିତ ସମ୍ଭାବନାକୁ ଏଡ଼ାଇବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ଯେଉଁମାନେ ଏହି ଉତ୍ସବରେ ଯୋଗଦେଉଛନ୍ତି ସେମାନଙ୍କ ଲାଗି ସେ ଚିନ୍ତିତ ବୋଲି ଉମା ଭାରତୀ କହିଛନ୍ତି। ତେବେ ସେଦିନ ସେ ଭୋପାଳରୁ ଅଯୋଧ୍ୟା ଯିବେବୋଲି ସ୍ପେଷ୍ଟ କରିଛନ୍ତି।
कल जब से मैंने श्री @AmitShah जी तथा @BJP4UP के नेताओं के बारे में कोरोना पोज़िटिव होने का सुना तभी से मै अयोध्या में मंदिर के शिलान्यास में उपस्थित लोगों के लिये ख़ासकर @narendramodi जी के लिये चिंतित हूँ ।
— Uma Bharti (@umasribharti) August 3, 2020
ଉମା କହିଛନ୍ତି, ଅମିତ ଶାହ କରୋନା ପଜିଟିଭ୍ ଜଣାପଡ଼ିବା ପରେ ମୁଁ ଅଯୋଧ୍ୟା ସମାରୋହରେ ଭାଗ ନେଉଥିବା ବ୍ୟକ୍ତି ବିଶେଷ କରି ପ୍ରଧାନମନ୍ତ୍ରୀଙ୍କ ପାଇଁ ସେ ବିବ୍ରତ। ସେ ଭୋପାଳରୁ ଉତ୍ତରପ୍ରଦେଶ ଟ୍ରେନ୍ରେ ଯିବେ। ପ୍ରଧାନମନ୍ତ୍ରୀ ଓ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ସେ ମନ୍ଦିର ଭୂମିପୂଜା ଉତ୍ସବରେ ଯୋଗଦେବେ ନାହିଁ ବୋଲି କହିଛନ୍ତି। ଏହି ସମୟରେ ସେ ସରଯୁ ନଦୀ କୂଳରେ ଅନ୍ୟତ୍ର ରହିବେ। ସମସ୍ତେ ପୂଜା ସ୍ଥଳ ଛାଡ଼ି ଯିବା ପରେ ସେ ସେଠାକୁ ଯିବେ ବୋଲି କହିଛନ୍ତି ଉମା ଭାରତୀ।
Comments are closed.