ଭଲ ଖବର: ରାଜ୍ୟରେ ୨୫ ହଜାର ଡେଇଁଲା ସୁସ୍ଥଙ୍କ ସଂଖ୍ୟା
ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୧୨୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୫୭୩୭ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଗଞ୍ଜାମରୁ ସର୍ବାଧିକ ୪୮୫ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୨୫, ସୁନ୍ଦରଗଡ଼ରୁ ୧୨୨, ସମ୍ବଲପୁରରୁ ୧୦୭, ପୁରୀରୁ ୭୫, ମୟୂରଭଞ୍ଜରୁ ୪୩, କଟକରୁ ୪୦, ଜଗତସିଂହପୁରରୁ ୨୯, କନ୍ଧମାଳରୁ ୨୮, ବାଲେଶ୍ବରରୁ ୨୭ ଜଣ ସୁସ୍ଥ ହୋଇଛନ୍ତି।
ସେହିପରି ବଲାଙ୍ଗିରରୁ ୨୪, କୋରାପୁଟରୁ ୨୨, ଅନୁଗୁଳରୁ ୨୦, ନବରଙ୍ଗପୁରରୁ ୧୮, ଗଜପତିରୁ ୧୬, ନୟାଗଡ଼ରୁ ୧୪, କେନ୍ଦ୍ରାପଡ଼ାରୁ ୧୨, ମାଲକାନଗିରିରୁ ୧୧, ଭଦ୍ରକରୁ ୧୦, କଳାହାଣ୍ଡିରୁ ୮, ନୂଆପଡ଼ାରୁ ୬, ଯାଜପୁରରୁ ୫, ଢେଙ୍କାନାଳରୁ ୪, ଝାରସୁଗୁଡ଼ାରୁ ୩, କେନ୍ଦୁଝରରୁ ଜଣେ ସୁସ୍ଥ ହୋଇଛନ୍ତି।
Another #COVID19 1255 patients have recovered and are being discharged on 5.8.2020
485 from Ganjam
125 from Khurdha
122 from Sundargarh
107 from Sambalpur
75 from Puri
43 from Mayurbhanj
40 from Cuttack
29 from Jagatsinghpur
28 from Kandhamal
27 from Balasore— H & FW Dept Odisha (@HFWOdisha) August 5, 2020
Comments are closed.