କରୋନା: ଆଜି ଆଉ ୧୨ ମୃତ, ମୋଟ ୨୫୯
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ୧୨ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୫୯ରେ ପହଁଞ୍ଚିଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି।
ଗଞ୍ଜାମର ୨ ମୃତକଙ୍କ ମଧ୍ୟରେ ଜଣେ ୬୧ ବର୍ଷୀୟ ମହିଳା ଥିବାବେଳେ ଜଣେ ୪୮ ବର୍ଷୀୟ ପୁରୁଷ ଥିବା ଜଣାଯାଇଛି । ଖୋର୍ଦ୍ଧାର ୨ ମୃତକଙ୍କ ମଧ୍ୟରୁ ଭୁବନେଶ୍ୱରର ଜଣେ ୭୧ ବର୍ଷୀୟ ମହିଳା ଓ ଜଣେ ୬୦ ବର୍ଷୀୟ ପୁରୁଷ ଅଛନ୍ତି । କେନ୍ଦୁଝର ଜିଲ୍ଲାର ୬୦ ଓ ୭୯ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । କନ୍ଧମାଳ ଜିଲ୍ଲାର ୨ ମୃତକ ୫୫ ଓ ୬୦ ବର୍ଷୀୟ ପୁରୁଷ ବୋଲି ଜଣାଯାଇଛି । ବରଗଡ଼ର ୬୦ ଓ ବାଲେଶ୍ୱରର ୫୭ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଗଜପତିର ୫୯ ବର୍ଷୀୟ ବ୍ୟକ୍ତି ଓ ସୁନ୍ଦରଗଡ଼ର ୫୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି ।
ପ୍ରକାଶ ଯେ, ଆଜି ରାଜ୍ୟରେ ପୁଣି ୧୬୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୦୧୮ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୬୨୫ ବୋଲି ଜଣାଯାଇଛି । ଆଜିର ୧୬୪୩ ପଜିଟିଭକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪ ହଜାର ୧୯୩କୁ ବୃଦ୍ଧି ପାଇଛି । ଏହାଛଡ଼ା କରୋନାରୁ ୨୮,୬୯୭ ଜଣ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ କେସ ୧୫,୧୮୯ ଥିବା ଜଣାଯାଇଛି ।
Comments are closed.