ମାଛ ଚୋରଣୀଙ୍କ ଦାମୀ ଶାଢ଼ି ନିଶା!
ଭୁବନେଶ୍ବର: କରୋନା କାଳରେ ଲୁଟର ନୁଆ ଫଣ୍ଡା। ଜଣେ ମହିଳା ମନଇଚ୍ଛା ସପିଂ କଲେ ପରେ ବିଲ ଦେବା ବଦଳରେ ଧମକ ଦେଲେ। ଏପରିକି ଧରିବାକୁ ଚେଷ୍ଟା କଲେ ଦୁଷ୍କର୍ମ ମାମଲାରେ ଫସାଇଦେବାକୁ ମଧ୍ୟ କହିଲେ। ଏଥିସହିତ ପାଖାପାଖୀ ୫୦ ହଜାର ଟଙ୍କାର ଜିନିଷ ନେଇ ଚମ୍ପଟ ମାରିଲେ ମହିଳା। ଏପରି ଘଟଣା ଘଟିଛି ରାଜଧାନୀର ତମାଣ୍ଡୋ ସ୍ଥିତ ରେନଗାଲିଆ ମଲରେ। ଏଭଳି ଢଙ୍ଗରେ ଚୁନା ଲଗାଇଥିବା ମହିଳାଙ୍କ ନାମରେ ଆସିଛି ସଙ୍ଗିନ ଅଭିଯୋଗ। ଯାହାକୁ ନେଇ ତମାଣ୍ଡୋ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି କମିସନରେଟ ପୋଲିସ।
ସୂଚନାଥାଉକି, ଗୁରୁବାର ସନ୍ଧ୍ୟା ୭ଟା ସମୟରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହ ରେନଗାଲିଆ ମଲରେ ଥିବା ଦୁଲହନ ଶାଢ଼ି ଦୋକାନରେ ପହଁଞ୍ଚିଥିଲେ। ପରେ ନିଜକୁ ଦୋକାନର ମାଲିକଙ୍କ ପାର୍ଟନର ସମ୍ପର୍କିୟ କହି ଶାଢ଼ି ଡିଜାଇନ ଦେଖାଇବାକୁ କହିଥିଲେ ପରେ ଶାଢି ଚଏସ ପରେ ବିଲିଂ ପାଇଁ କହିଥିଲେ। ହେଲେ ବିଲିଂ ପୁର୍ବରୁ ସେଲସମ୍ଯାନ ଟଙ୍କା ମାଗିବାରୁ ଟଙ୍କା ମାଲିକଙ୍କୁ ଦେଇଦେଇଛନ୍ତି କହି ବିଲ କରିବାକୁ ଜିଦ ଧରିଥିଲେ ମହିଳା। ହେଲେ ସେଲସମ୍ଯାନ ରାଜି ନହେବାରୁ ତାକୁ ଦୁଷ୍କର୍ମ ମାମଲାରେ ଫସାଇଦେବ କହି ମହିଳା ଜଣଙ୍କ ଧମକ ଦେଇଥିଲେ।
ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ସମ୍ପୃକ୍ତ ମହିଳା ଜଣଙ୍କ ଜଣେ ଠକ ଯେକି ପୂର୍ବରୁ ୟୁନିଟ ୮ ମାଛ ମାର୍କେଟରେ ମଧ୍ୟ ମାଛ କିଣି ପଇସା ନଦେଇ ହଙ୍ଗାମା କରି ପୋଲିସ ସ୍କାନରକୁ ଆସିଥିଲେ।
Comments are closed.