Odisha Link
Bridging the Missing Links in Odisha

ଆଜି ସ୍ବାଧୀନତା ଦିବସ ପାଳୁଛି ବଲୋଚିସ୍ତାନ

୧୯୪୭ ଅଗଷ୍ଟ ୧୫ ତାରିଖରେ ଭାରତ ସ୍ବାଧୀନ ହୋଇଥିଲା। ଏହାର କିଛି ଘଣ୍ଟା ପୂର୍ବରୁ ପାକିସ୍ତାନ ସ୍ବାଧୀନ ହୋଇଥିବାରୁ ସେଠାରେ ଅଗଷ୍ଟ ୧୪କୁ ସ୍ବାଧୀନତା ଦିବସ ଭାବେ ପାଳନ କରାଯାଏ। ତେବେ ଏହାର ୩ ଦିନ ପୂର୍ବରୁ ୧୯୪୭ ଅଗଷ୍ଟ ୧୧ ତାରିଖରେ ପାକିସ୍ତାନର ବିବାଦୀୟ ଅଞ୍ଚଳ ବଲୋଚିସ୍ତାନ ସ୍ବାଧୀନ ହୋଇଥିଲା ବୋଲି ଦାବି କରେ।

ପାକିସ୍ତାନର ପ୍ରାୟ ଅର୍ଦ୍ଧେକ ଅଞ୍ଚଳ ବଲୋଚିସ୍ତାନରେ ଯାଉଥିବା ବେଳେ ଦେଶର ଅର୍ଥନୀତିର ଏକ ପ୍ରମୁଖ ଉତ୍ସ ମଧ୍ୟ ବଲୋଚିସ୍ତାନ। ସେନା ବଳ ଦ୍ବାରା ୧୯୪୮ରେ ଏହି ଅଞ୍ଚଳକୁ ପାକିସ୍ତାନ ନିଜ ଅଧୀନକୁ ଆଣିବା ପୂର୍ବରୁ ଏହା ବ୍ରିଟିଶ୍‌ ସରକାରଙ୍କ ଠାରୁ ନିଜକୁ ସ୍ବାଧୀନ ଘୋଷଣା କରି ସାରିଥିଲା। ସେବେଠାରୁ ଏଯାବତ୍‌ ବଲୋଚିସ୍ତାନକୁ ଏକ ସ୍ବତନ୍ତ୍ର ରାଷ୍ଟ୍ର ଘୋଷଣା ଦାବିରେ ଆନ୍ଦୋଳନ ଲାଗିରହିଛି।

ପାକିସ୍ତାନ ସେନାର ଦମନ ଲୀଳା, ଲୁଣ୍ଠନ, ଲୋକଙ୍କୁ ଅପହରଣ ଓ ହତ୍ୟା ଏପରିକି ଏକ ଗାଁକୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରିଦେବା ଭଳି ଘଟଣା ବଲୋଚିସ୍ତାନରେ ମାନବିକ ଅଧିକାର କ୍ଷୁର୍ଣ୍ଣର ସୂଚନାଦିଏ। ବଲୋଚିସ୍ତାନରେ ମାନବାଧିକାରଲଢ଼େଇକୁ ଇରାକ, ଆଫଗାନିସ୍ତାନ ଓ ଭାରତ ସମର୍ଥନ କରେ।

Comments are closed.