ସୁଶାନ୍ତ ସିଂହ ମୂତ୍ୟୁ ମାମଲା; ଆଜି ସୁପ୍ରିମ କୋର୍ଟରେ ଶୁଣାଣି

ମୁମ୍ବାଇ : ସୁଶାନ୍ତ ସିଂହ ରାଜପୁତ ମାମଲାରେ ଆଜି ସୁପ୍ରିମ କୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହେବ। ରିୟା ଚକ୍ରବର୍ତ୍ତୀ କରିଥିବା ଆବେଦନ ଉପରେ ସୁପ୍ରିମ କୋର୍ଟ ଆଜି ନିଷ୍ପତ୍ତି ନେବେ। ରିୟାଙ୍କ ଆବେଦନ ମୁତାବକ ନିଜ ବିରୋଧରେ ପାଟନାରେ ରୁଜୁ ହୋଇଥିବା ମାମଲାକୁ ମୁମ୍ବାଇକୁ ଟ୍ରାନ୍ସଫର କରିବାକୁ ସେ ଅପିଲ କରିଛନ୍ତି। ଏଥିସହ ସୁଶାନ୍ତଙ୍କ ମୂତ୍ୟୁ ମାମଲାର ତଦନ୍ତ ମୁମ୍ବାଇ ପୋଲିସ୍ କରିବ ନା ସିବିଆଇ କରିବ ଏ ସଂମ୍ପର୍କ ମଧ୍ୟ ସୁପ୍ରିମ କୋର୍ଟ ନିଷ୍ପତ୍ତି ଶୁଣାଇବେ।
ଏଥିସହ ସୁଶାନ୍ତଙ୍କ ମୃତ୍ୟୁ ପଛରେ ରହିଥିବା ଅର୍ଥନୈତିକ କାରଣ ସମ୍ପର୍କରେ ଇଡି ତଦନ୍ତ କରୁଛି। ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତୁ୍ୟ ଘଟଣାରେ ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ (ଇଡି) ଆଜି ସୁଶାନ୍ତଙ୍କ ବଡିଗାର୍ଡକୁ ଜେରା କରିବ। ଇଡି ତରଫରୁ ସୁଶାନ୍ତଙ୍କ ବଡିଗାର୍ଡ଼ଙ୍କୁ ସମନ ପଠାଇଛି। ବଡିଗାର୍ଡ଼ ସୁଶାନ୍ତଙ୍କ ସହ ଦୀର୍ଘ ବର୍ଷ ଯାଏଁ କାମ କରିଥିଲେ। ଇଡି ବଡିଗାର୍ଡ଼ଙ୍କୁ ସୁଶାନ୍ତଙ୍କ ଫାଇନାନ୍ସ ଏବଂ ଏହା ସହ ଜଡ଼ିତ ଅନିୟମିତତା ବିଷୟରେ ବଡିଗାର୍ଡ଼ଙ୍କ ବୟାନ ରେକର୍ଡ କରିବ। ଏହା ପୂର୍ବରୁ ରିୟା ଏବଂ ତାଙ୍କ ଭାଇ-ବାପାଙ୍କୁ ମଧ୍ୟ ଇଡି ପଚରାଉଚୁରା କରିଥିଲା। ସୁଶାନ୍ତଙ୍କ ଏକ୍ସ ବିଜନେସ୍ ମ୍ୟାନେଜର ଶୃତି ମୋଦି,ଫ୍ଲାଟମେଡ ସିଦ୍ଧାର୍ଥ ପିଠାନୀ ଏବଂ ଭଉଣୀ ମିତୁ ସିଂହଙ୍କୁ ମଧ୍ୟ ଇଡି ପଚରାଉଚୁରା କରି ସାରିଛି।
ସୂଚନାଯୋଗ୍ୟ, ରିୟାଙ୍କ ବିରୋଧରେ ସୁଶାନ୍ତଙ୍କ ବାପା ପାଟନାର ରାଜୀବ ନଗର ଥାନାରେ ମାମଲା ରୁଜୁ କରିଛନ୍ତି। ସୁଶାନ୍ତଙ୍କ ବାପାଙ୍କ ଅଭିଯୋଗ ମୁତାବକ ରିୟା ତାଙ୍କ ପୁଅଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ଏବଂ ସୁଶାନ୍ତଙ୍କ ଟଙ୍କା ହଡ଼ପ କରିଥିବା ଭଳି ଅଭିଯୋଗ କରିଛନ୍ତି।
Comments are closed.