Odisha Link
Bridging the Missing Links in Odisha

‘ଥ୍ରୀଲର’ ଫିଲ୍ମ ବିରୋଧରେ ଏତଲା

ନବରଙ୍ଗପୁର: ବଲିଉଡ୍‌ର ପ୍ରସିଦ୍ଧ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶୀତ ଫିଲ୍ମ ‘ଥ୍ରୀଲର’ ଫିଲ୍ମ ବିରୋଧରେ ଏତଲା। ଏହି ଫିଲ୍ମ ବିରୋଧରେ ଏତଲା ଦେଇଛନ୍ତି ହିନ୍ଦୁ ଏକତା​‌ ବାହିନୀ। ଫିଲ୍ମର ଟ୍ରେଲରେ ପ୍ରଦର୍ଶିତ ଅଶ୍ଳୀଳତାକୁ ଦୃଷ୍ଟରେ ରଖି ହିନ୍ଦୁ ଏକତା ବାହିନୀ ଫିଲ୍ମ ବିରୋଧରେ ଏତଲା​‌ ଦେଇଛନ୍ତି। ଟ୍ରେଲରରେ ଅଶ୍ଳୀଳ ଅଙ୍ଗ ପ୍ରଦର୍ଶନ ସମୟରେ ହିନ୍ଦୁ ସମାଜର ବହୁ ଦେବାଦେବୀଙ୍କ ନାଁକୁ ବ୍ୟବହାର କରାଯାଇଛି। ଯାହା କି ଓଡିଆ ସଂସ୍କୃତି ଓ ପରମ୍ପରାକୁ କୁଠାରଘାତ ବୋଲି କୁହାଯାଇଛି।

ହିନ୍ଦୁ ଏକତା ବାହିନୀର ଅଭିଯୋଗ ମୁତାବକ, ‘ଥ୍ରୀଲର’ର ଟ୍ରେଲରେ ହିନ୍ଦୁ ଭଗବାନ ଶିବ, ରାମଚନ୍ଦ୍ର ଓ କୃଷ୍ଣଙ୍କ ନାମକୁ ଅଶ୍ଳୀଳ ଅଙ୍ଗ ପ୍ରଦର୍ଶନ ସମୟରେ ଉଚ୍ଚାରଣ କରାଯାଇଛି। ଯାହାକି ହିନ୍ଦୁ ଧର୍ମାବଲମ୍ବୀଙ୍କୁ ଆଘାତ ପହଞ୍ଚାଇଛି। ଏହି ଫିଲ୍ମଟିକୁ ୟୁଟ୍ୟୁବରୁ ଡିଲିଟ୍ କରାଯିବା ସହ ଅନଲାଇନ୍‌ରେ ରିଲିଜ ନ କରିବାକୁ ସେମାନେ ଦାବି କରିଛନ୍ତି। ପୂର୍ବରୁ ଏହି ଫିଲ୍ମରେ ନାୟିକାଙ୍କ ଅଙ୍ଗପ୍ରଦର୍ଶନକୁ ସୋସିଆଲ ମିଡିଆରେ କିଛିଦିନ ହେବ ନିନ୍ଦା କରାଯାଉଥିଲା। ଏହି ଫିଲ୍ମ ଜରିଆରେ ଓଡ଼ିଆ ଯୁବତୀ ଏବଂ ଓଡ଼ିଆ ପୁଅ ବଲିଉଡ୍‌ରେ ନୂଆ କରି ଏଣ୍ଟ୍ରି କରିଛନ୍ତି।