Odisha Link
Bridging the Missing Links in Odisha

କୋଠାବାଡ଼ି ନିର୍ମାଣ ନିୟମରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର

ଭୁବନେଶ୍ୱର: କୋଠାବାଡି ନିର୍ମାଣ ନିୟମରେ ପରବର୍ତନ କରିଛନ୍ତି ରାଜ୍ୟ ସରାକର। ବହୁତଳ ଅଟ୍ଟାଳିକା ନିର୍ମାଣ ପାଇଁ ସରକାର କୋହଳ କଲେ ନିୟମ । ଏଣିକି ୮ଟି ଘର ଥିବା ଅଟ୍ଟାଳିକାକୁ ଆପାର୍ଟମେଂଟ କୁହାଯିବ । ପୁରୁଣା ଘରର ନବୀକରଣ ପାଇଁ ଆଉ ଦରକାର ପଡିବନି ଅନୁମତି । ସେହିଭଳି ଆଉ ମଡେଲ ପ୍ଲାନ ଅନୁମତି ପାଇଁ ବାରମ୍ବାର ଦୈଡିବାକୁ ପଡିବନି ସରକାର ଅଫିସ । ଆବଶ୍ୟକୀୟ ଟଙ୍କା ଦାଖଲ କରି ଅଣ୍ଡରଟେକିଂ ଦେଇ ଆରମ୍ଭ ହୋଇପାରିବ ଘର କାମ ।

ତେବେ ଓଡ଼ିଶା ଉନ୍ନୟନ ଯୋଜନା ଓ ନିର୍ମାଣ ମାନକ ନିୟମ-୨୦୨୦ ଅନୁସାରେ ଏଣିକି ପୁରୁଣା ଘର ନବୀକରଣ ପାଇଁ ଆଉ ଅନୁମତି ଦରକାର ନାହିଁ । ସେହିପରି ଆଉ ମଡେଲ ପ୍ଲାନ ଅନୁମତି ପାଇଁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ। ଯଦି ଜଣଙ୍କ ପାଖରେ ମଡେଲ ପ୍ଲାନ ରହିଛି, ଆବଶ୍ୟକ ଟଙ୍କା ଓ ଅଣ୍ଡରଟେକିଂରେ ଘରି କରି ହେବ। ୧୫ରୁ ୧୮ ମିଟର ଉଚ୍ଚ ଘର ପାଇଁ ଡେଭଲପର ୫୦ପ୍ରତିଶତ ସ୍ଥାନ ଖାଲି ଛାଡ଼ିବେ। ୧୮ମିଟରରୁ ଅଧିକ ଉଚ୍ଚର ଘର କଲେ ୪୦ପ୍ରତିଶତ ସ୍ଥାନ ଖାଲି ରଖିବାକୁ ବାଧ୍ୟ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

Comments are closed.