Odisha Link
Bridging the Missing Links in Odisha

ଯୁକ୍ତ ୨ ବାଣିଜ୍ୟ ଫଳାଫଳ: ଶ୍ରେଷ୍ଠ ୨ରେ ନୟାଗଡ଼ର ଛାତ୍ରଛାତ୍ରୀ, ଶୁଭେଚ୍ଛା ଜଣାଇଲେ ମନ୍ତ୍ରୀ ଅରୁଣ

ନୟାଗଡ଼: ପ୍ରକାଶ ପାଇଛି ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ। ବିଜ୍ଞାନ ଭଳି ବାଣିଜ୍ୟରେ ବାଜିମାତ କରିଛି ନୟାଗଡ଼ ଜିଲ୍ଲା। ରାଜ୍ୟରେ ମୋଟ ପାସ ହାର ୭୪.୯୫ ପ୍ରତିଶତ ଥିବାବେଳେ ନୟାଗଡ଼ ଜିଲ୍ଲା ସର୍ବାଧିକ ପାସ୍‌ ହାର ୮୮.୭୦ ପ୍ରତିଶତ ରହିଛି। ଯାହା ରାଜ୍ୟରେ ସର୍ବାଧିକ ।ଜିଲ୍ଲାର ଏହି ସଫଳତା ପାଇଁ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ସମସ୍ତ କୃତି ଛାତ୍ରଛାତ୍ରୀ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅଭିଭାବକ, ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ପରିଶ୍ରମ ପାଇଁ ସାଧୁବାଦ ଜଣାଇଛନ୍ତି।

କେବଳ ପାସ ହାରରେ ନୁହେଁ ଜିଲ୍ଲା ମଧ୍ୟ ରାଜ୍ୟର ପ୍ରଥମ ଦୁଇ ସ୍ଥାନ ହାସଲ କରି ରେକର୍ଡ଼ ସ୍ଥାପନ କରିଛି। ନୟାଗଡ଼ ର ସିତୁ ବେହେରା ୫୬୭ ନମ୍ବର ରଖି ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ମନସ୍ୱିତା ମହାନ୍ତି ୫୬୨ ନମ୍ବର ରଖି ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ରାଜ୍ୟରେ । ତୃତୀୟ ରେ ବ୍ରହ୍ମପୁର ସରସ୍ୱତୀ ବିଦ୍ୟା ମଦିରର ରାହୁଲ ପ୍ରଶନ ସାହୁ ୫୬୧ ନମ୍ବର ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି। ଜିଲ୍ଲାର ଏହି ସଫଳତା ରେ ସମସ୍ତ କୃତି ଛାତ୍ରଛାତ୍ରୀ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମନ୍ତ୍ରୀ ଅରୁଣ କୁମାର ସାହୁ ।

ସୂଚନାଥାଉକି ନୟାଗଡ଼ ଜିଲ୍ଲା ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳରେ ମଧ୍ୟ ରାଜ୍ୟରେ ପାସ ହାର ରେ ପ୍ରଥମ ହୋଇଥିଲା।

Comments are closed.