Odisha Link
Bridging the Missing Links in Odisha

ଅନୁଭବ ପଟ୍ଟନାୟକଙ୍କ କାନ୍ଧରେ ନୂଆ ଦଳୀୟ ଦାୟିତ୍ବ

ଭୁବନେଶ୍ବର: ଖଣ୍ଡପଡାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ପୁଣି ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ। ଆଜି ଅନୁଭବଙ୍କୁ ବିଜେଡି ଦଳର ସଂପାଦକ ଭାବେ ନିଯୁକ୍ତ କରାଯାଇଥିବା ବେଳେ ତାଙ୍କୁ ମହିଳା ସଶକ୍ତିକରଣ ବିଭାଗର ଦାୟିତ୍ବ ଦିଆଯାଇଛି।

୨୦୧୩ ମସିହାରେ ବେଙ୍ଗାଲୁରୁରେ ଉଚ୍ଚଦରମାଯୁକ୍ତ ଚାକିରି ଛାଡ଼ି ଜନସେବ ଲକ୍ଷ୍ୟରେ ଅନୁଭବ ପଟ୍ଟନାୟକ ଓଡ଼ିଶଶ ଫେରି ନିଜ ଜନ୍ମମାଟି ଖଣ୍ଡପଡ଼ାର ସେବା କରିବାକୁ ପଣ କରିଥିଲେ। ନିଜର ନିରଳସ ବ୍ୟକ୍ତିତ୍ବ ଓ ସେବା ମନୋଭାବ ପାଇଁ ମାତ୍ର କେଇଟି ମାସରେ ସେ ସମଗ୍ର ନିର୍ବାଚନ ମଣ୍ଡଳୀରେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ। ୨୦୧୪ ମସିହାରେ ରାଜନୀତିରେ ପାଦଦେବା ସହ ବିଜେଡି ପକ୍ଷରୁ ସେ ଖଣ୍ଡପଡାରେ ବିଧାୟକ ପ୍ରାର୍ଥୀ ହୋଇଥିଲେ। ରାଜନୀତିରେ ନବାଗତ ଏହି ଯୁବନେତାଜଣକ ନିର୍ବାଚନରେ ବିଜୟ ଲାଭ କରି ମାତ୍ର ୩୪ ବର୍ଷ ବୟସରେ ଖଣ୍ଡପଡ଼ାର ବିଧାୟକ ହୋଇପାରିଥିଲେ।

ପୂର୍ବରୁ ତାଙ୍କ ଓଡ଼ିଶା ସରକାରଙ୍କ ଇଲେକଟ୍ରନିକ୍ସ ଓ ସୂଚନାପ୍ରଯୁକ୍ତି ବିଭାଗର ଉପଦେଷ୍ଟା (ରାଷ୍ଟ୍ରମନ୍ତ୍ରୀ ପାହ୍ୟା) ପଦବି ପ୍ରଦାନ କରିଥିବା ମୁଖ୍ୟମନ୍ତ୍ରୀ ଆଜି ପୁଣି ତାଙ୍କୁ ଦଳରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଅର୍ପଣ କରିଛନ୍ତି। ଏ ଘୋଷଣା ପରେ ଖଣ୍ଡପଡ଼ାରେ ଆନନ୍ଦର ଲହରୀ ଖେଳିଯାଇଛି। ତାଙ୍କ ଉପରେ ବାରମ୍ବାର ଆସ୍ତାପ୍ରକଟ କରୁଥିବାରୁ ଅନୁଭବ ମୁଖ୍ୟମନ୍ତ୍ରୀଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି।

ଅନୁଭବଙ୍କ ସ୍ବର୍ଗତ ପିତା ଅରୁଣ ପଟଟ୍ଟନାୟକ ଖଣ୍ଡପଡ଼ାର ଅଦ୍ବିତୀୟ ଜନନେତା ଭାବେ ପ୍ରସିଦ୍ଧି ଅର୍ଜନ କରିବା ସହ ନବେ ଦଶକରେ ବିଧାୟକ ହୋଇଥିଲେ। ତାଙ୍କର ମୃତ୍ୟୁ ପରେ ଅନୁଭବଙ୍କର ମା’ ବିଜୟଲକ୍ଷ୍ମୀ ପଟ୍ଟନାୟକ ମଧ୍ୟ ୨ ଥର ବିଧାୟିକା ହୋଇଥିଲେ। ଖଣ୍ଡପଡ଼ା ଜନସାଧାରଣଙ୍କ ପାଇଁ ସହଜଲବ୍ଧ ଅନୁଭବ ନିର୍ବାଚନ ମଣ୍ଡଳୀର ପ୍ରତି ପରିବାର ନିକଟରେ ସୁଖଦୁଃଖରେ ପହଞ୍ଚି ଏକ ବିରଳ ପରମ୍ପରା ସୃଷ୍ଟି କରିଛନ୍ତି। ଖଣ୍ଡପଡ଼ାର ବିଧାୟକ ଭାବରେ ପ୍ରଥମ ଥର ପାଇଁ ନିର୍ବାଚନ ମଣ୍ଡଳୀକୁ ୫ ବର୍ଷରେ ୫୦୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟ ଆଣିବା ସହ ପ୍ରତିଟି ଗ୍ରାମକୁ ବିକାଶର ସହଭାଗୀ କରି ସେ ଅଞ୍ଚଳବାସୀଙ୍କ ପ୍ରିୟଭାଜନ ହୋଇପାରିଥିଲେ।

Comments are closed.