ବିହାର ନିର୍ବାଚନ: ଏହି ମାସରେ ଘୋଷଣା ହେବ ନିର୍ବାଚନ ତାରିଖ

ପାଟନା:କରୋନା କାଳରେ ପାଖେଇ ଆସୁଛି ନିର୍ବାଚନ ଋତୁ। ଚଳିତ ବର୍ଷ ଶେଷ ଆଡ଼କୁ ହେବ ବିହାର ବିଧାନସଭା ନିର୍ବାଚନ। ଯାହାକୁ ନଜରରେ ରଖି ଚଳଚଞ୍ଚଳ ବିହାର ରାଜନୀତି। ନିର୍ବାଚନ ପାଇଁ ସେପ୍ଟେମ୍ବରରେ ନିର୍ବାଚନ ତାରିଖ ଘୋଷଣା କରାଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି । ନିର୍ବାଚନକୁ ଆଖି ଆଗରେ ରଖି ସେ ଅଧିକାରୀମାନଙ୍କୁ ଶୀଘ୍ର କାର୍ଯ୍ୟ କରିବାକୁ କହିଛନ୍ତି।
ଏହାପୂର୍ବରୁ ନୀତୀଶ କୁମାର ଗୁରୁବାର କହିଥିଲେ ଯେ, ଆମ ସରକାର ରାଜ୍ୟର ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଆସିଛି ଏବଂ ପରବର୍ତ୍ତି ସମୟରେ ଯଦି ଲୋକମାନେ ପୁନର୍ବାର ସେବା ପାଇଁ ମୋତେ ସୁଯୋଗ ଦିଅନ୍ତି ତେବେ ଆମେ ଆଗକୁ ମଧ୍ୟ ଏହା ଜାରି ରଖିବୁ। ଆମେ ଶାସନ କରୁନାହୁଁ, ଆମେ ସେବା କରୁଛୁ। ସେବା ଆମର ଧର୍ମ ବୋଲି ନୀତିଶ କହିଛନ୍ତି।