Odisha Link
Bridging the Missing Links in Odisha

କୂଅ ଭିତରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର

ଜୟପୁର : କୋରାପୁଟର କୋଟପାଡରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଏକ କୂଅରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମା’, ପୁଅ ଓ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏମିତି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ୍ ର ୮ ନମ୍ବର ଓ୍ବାର୍ଡରେ । ମା’ ସହ ଦୁଇ ବର୍ଷର ପୁଅ ଏବଂ ୮ ମାସ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛନ୍ତି। ପରିବାରିକ କଳହରୁ ମହିଳା ଜଣଙ୍କ ପୁଅ, ଝିଅଙ୍କୁ ଧରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଏନେଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୋଲିସ କୂଅ ଭିତରୁ ମୃତଦେହ ଉଦ୍ଧାର କରିଛି । ମୃତଦେହ ଉଦ୍ଧାର କରିବା ପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି ।

Comments are closed.