Odisha Link
Bridging the Missing Links in Odisha

କରୋନା ମୁକାବିଲା: ଗଞ୍ଜାମରେ ‘ଜିରୋ ଆକ୍ଟିଭ୍‌ କେସ୍’‌ ମିଶନ୍

ଗଞ୍ଜାମ: ଗଞ୍ଜାମରେ କରୋନା ମୁକାବିଲା ପାଇଁ ‘ଜିରୋ ଆକ୍ଟିଭ୍‌ କେସ୍’‌ ମିଶନ୍‌ ଆରମ୍ଭ। କରୋନା ମୁକାବିଲା ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ କୁଲାଙ୍ଗେ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏବେ ଗଞ୍ଜାମରେ ପ୍ରତିଦିନ ୯ରୁ ୧୦ ହଜାର ସାମ୍ପଲ୍‌ ଟେଷ୍ଟ କରୁଛୁ। ଅନେକ ଦିନ ପରେ ଗଞ୍ଜାମରେ ପଜିଟିଭ୍‌ ସଂଖ୍ୟା ୨୦୦ ତଳକୁ ଖସିଛି। ଆଜି ଗଞ୍ଜାମରେ ୧୬୨ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଆଗକୁ ଏହି ସଂଖ୍ୟା ଆହୁରି କମିବ।

ଜିଲ୍ଲାପାଳ ଆହୁରି କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାରେ ଆରୋଗ୍ୟ ହାର ୮୭ ପ୍ରତିଶତଙ୍କୁ ବୃଦ୍ଧି ପାଇଛି। ଗଞ୍ଜାମରେ ବର୍ତ୍ତମାନ ଆକ୍ଟିଭ୍‌ କେସ୍‌ ୧୯୩୫ ରହିଛି। ଅନେକ ଦିନ ପରେ ଆକ୍ଟିଭ୍‌ କେସ୍‌ ୨୦୦ ଜଳକୁ ଆସିଛି। ନୂଆ ଆକ୍ରାନ୍ତଙ୍କ ଖୋଜିବା ନେଇ ସର୍ଭେ ଜାରି ରହିଛି। ଏବେ ଆମର ମୁଖ୍ୟ ଲକ୍ଷ୍ୟ ନୂଆ ସଂକ୍ରମଣକୁ ରୋକିବା। ଏଥିସହ ଏପର୍ଯ୍ୟନ୍ତ ୪୨ ଜଣ ଆକ୍ରାନ୍ତଙ୍କୁ ପ୍ଳାଜମା ଦିଆଯାଇଛି ଏବଂ ସମସ୍ତେ ସୁସ୍ଥ ଅଛନ୍ତି।

Comments are closed.