Odisha Link
Bridging the Missing Links in Odisha

ଭଦ୍ରକ ସାଂସଦଙ୍କୁ କରୋନା

ଭଦ୍ରକ: ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ କରୋନା। ମଞ୍ଜୁଲତା କରୋନା ଆକ୍ରାନ୍ତ ହୋଇଥିବା ନେଇ ସେ ନିଜେ ଆଜି ସୂଚନା ଦେଇଛନ୍ତି। ସେ ତାଙ୍କ ଟ୍ୱିଟ୍‌ର ଜରିଆରେ କହିଛନ୍ତି ଯେ, କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ସେ ପରୀକ୍ଷା କରାଇଥିଲେ ଓ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ତାଙ୍କ ସ୍ବାସ୍ଥ୍ୟ ଭଲ ଏବଂ ସ୍ଥିର ରହିଛି ଏବଂ ସେ ହୋମ୍ କ୍ବାରେଣ୍ଟାଇନରେ ଅଛନ୍ତି।

ଯେଉଁମାନେ ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜକୁ ଆଇସୋଲେସନରେ ରଖନ୍ତୁ ଓ ନିଜର ପରୀକ୍ଷା କରାଇ ନିଅନ୍ତୁ ବୋଲି ସାଂସଦ ଅନୁରୋଧ କରିଛନ୍ତି। ଗତକାଲି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ କରୋନା ସଂକ୍ରମିତ ହୋଇଥିଲେ। ପଜିଟିଭ୍ ଚିହ୍ନଟ ହେବା ପରେ ବିଧାୟକ ନିଜେ ଟ୍ବିଟ୍ କରି ସୂଚନା ଦେଇଥିଲେ।

Comments are closed.