Odisha Link
Bridging the Missing Links in Odisha

ଗ୍ରାମୀଣ ଗୃହ ନିର୍ମାଣରେ ଓଡ଼ିଶା ଆଗରେ

ଭୁବନେଶ୍ବର: ଗ୍ରାମୀଣ ଗୃହ ନିର୍ମାଣ ଯୋଜନାର ସଫଳ ରୂପାୟନରେ ଓଡ଼ିଶା ଅଗ୍ରଣୀ। ୨୦୧୪-୧୫ରୁ ଏ ପର୍ଯ୍ୟନ୍ତ ୨୬ ଲକ୍ଷ ୮୪.୮୧୮ ପକ୍କା ଘର ତିଆରି ସରିଛି। ପିଏମଏଓ୍ବାଇ ରେ ୨୦୧୬-୧୭ରୁ ମୋଟ୍‌ ୧୮ ହାଜର ୮୩୭ କୋଟି ମିଳିଛି। ଲୋକ ମାନଙ୍କୁ ବିଜୁ ପକ୍କା ଘର ଯୋଜନାରୁ ପ୍ରୋତ୍ସାହନ ରାଶି ଦିଆଯାଇଛି। ୪ ମାସରେ ଘର ଶେଷ କରିଥିବା ବ୍ୟକ୍ତିଙ୍କୁ ମିଳୁଛି ୨୦ ହଜାର ଟଙ୍କା। ୬ ମାସରେ ଘର ଶେଷ କରିଥିବା ବ୍ୟକ୍ତିଙ୍କୁ ମିଳୁଛି ୧୦ ହଜାର ଟଙ୍କା । ଏବେ ସୁଦ୍ଧା ୫ ଲକ୍ଷ ୯୧ ହଜାର ହିତାଧୀକାରୀଙ୍କୁ ୮୨୮ କୋଟି ମିଳିଛି। କରୋନା ସମୟରେ ମୋଟ୍‌ ୧ ଲକ୍ଷ ୧୪.୬୪୪ ପକ୍କା ଘର ହୋଇଛି। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା।

Comments are closed.