Odisha Link
Bridging the Missing Links in Odisha

ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର ପାଇଁ ପ୍ୟାକେଜ ଘୋଷଣା କଲେ ନବୀନ

ଭୁବନେଶ୍ବର: କରୋନା କାଳରେ ସହାୟତା ପ୍ୟାକେଜ ଘୋଷଣା କଲେ ରାଜ୍ୟ ସରକାର। ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ୟାକେଜ ଘୋଷଣା ହୋଇଛି। ଏହି ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।

ଗ୍ରାମୀଣ ଅଣୁ ଏବଂ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ଋଣ ଦିଆଯିବ। ପ୍ରତ୍ୟେକ ଉଦ୍ୟୋଗୀଙ୍କୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଏକକାଳୀନ ଋଣ ଦିଆଯିବ। ସେହିପରି କୃଷି-ଅଣ କୃଷି କ୍ଷେତ୍ରରେ ନିୟୋଜିତ ଉଦ୍ୟୋଗୀଙ୍କୁ ଋଣ ପ୍ରଦାନ କରାଯିବ। ଉଦ୍ୟୋଗ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀକୁ ଦେଢ଼ ଲକ୍ଷର ଋଣ ପ୍ରଦାନ କରାଯିବ। ଅତି ଗରିବ ପରିବାର ଦ୍ୱାରା ପରିଚାଳିତ ଉଦ୍ୟୋଗଙ୍କୁ ୨୦ହଜାର ଋଣ ଦିଆଯିବ। ଏହାସହ କରୋନା ବେଳେ ପ୍ରବାସୀ ଫେରନ୍ତା ଉଦ୍ୟୋଗୀଙ୍କ ପାଇଁ ୧ଲକ୍ଷ ଟଙ୍କା ଯାଏଁ ଋଣ ପ୍ରଦାନ କରାଯିବ।

Comments are closed.