Odisha Link
Bridging the Missing Links in Odisha

ମୋଟେରା ସୂର୍ଯ୍ୟମନ୍ଦିରର ଭିଡିଓ ସେୟାର କଲେ ମୋଦୀ, କହିଲେ …

ନୂଆଦିଲ୍ଲୀ: ପିଏମ୍‌ ମୋଦୀ ଆଜି ସକାଳୁ ସକାଳୁ ଟୁଇଟରେ ଏକ ଭିଡିଓ ସେୟାର କରିଛନ୍ତି। ଯାହା ବେଶ୍‌ ଭାଇରାଲ ହେବାରେ ଲାଗିଛି। ଟ୍ୱିଟରରେ ଗୁଜରାଟରେ ଥିବା ମୋଟେରା ସୂର୍ଯ୍ୟ ମନ୍ଦିରର ଏକ ଭିଡିଓ ସେୟାର କରିଛନ୍ତି ମୋଦୀ। ଯେଉଁଥିରେ ବର୍ଷାରେ ସୂର୍ଯ୍ୟ ମନ୍ଦିର ଅତ୍ୟନ୍ତ ମନୋଲୋଭା ଦୃଶ୍ୟ ଦେଖିବାକୁ ମିଳୁଛି।

ମୋଟେରାରେ ଥିବା ସୂର୍ଯ୍ୟ ମନ୍ଦିରର ଭିଡିଓ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ, ବର୍ଷାରେ ମୋଟେରାର ସୂର୍ଯ୍ୟ ମନ୍ଦିର ଅତି ଅତ୍ୟୁତ୍ତମ ଦିଶୁଛି। ଥରେ ଏହା ଉପରେ ଦୃଷ୍ଟି ପକାନ୍ତୁ।

ସୂଚନାଥାଉକି, ଗୁଜୁରାଟରେ ଲାଗି ରହିଛି ଲଗାଣ ବର୍ଷା। ଫଳରେ ନଦୀ ଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି।

Comments are closed.