ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଭୂତ ମିଷ୍ଟ୍ରିର ଯାଞ୍ଚ କରିବ ସିବିଆଇ

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ତଦନ୍ତ କରୁଥିବା ସିବିଆଇ ଦଳ ଏବେ ଭୂତ ମିଷ୍ଟ୍ରିର ଯାଞ୍ଚ କରିବ। ସିବିଆଇର ମୁମ୍ବାଇର ଓ୍ଵାଟର ଷ୍ଟୋନ ହୋଟେଲ-କ୍ଲବ୍ ଉପରେ ରହିଛି। ପରିବାର ଅଭିଯୋଗ କରିଛନ୍ତି ଏହି ରିସର୍ଟକୁ ଅସିବା ପରେ ସୁଶାନ୍ତଙ୍କ ପରିବାର ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ରିୟା ସୁଶାନ୍ତଙ୍କୁ ଧରି ଏହି ରିସର୍ଟ ଆସିଥିଲେ। ଏଠାରେ ସେମାନେ ଦୁଇ ମାସ ଅତିବାହିତ କରିଥିଲେ। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସୁଶାନ୍ତଙ୍କ ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି, ରିୟା ହିଁ ସୁଶାନ୍ତଙ୍କ ମୁଣ୍ଡରେ ସବୁବେଳେ ଅଲୌକିକ ଶକ୍ତି କଥା ଭର୍ତି କରୁଥିଲେ। ସୁଶାନ୍ତ ମାନସିକସ୍ତରରେ ଅଶାନ୍ତ ରହିଥିବା ବେଳେ ବିଭିନ୍ନ ଅଲୌକିକ ଶକ୍ତି କଥା କହି ରିୟା ତାଙ୍କ ମନରେ ଭ୍ରମ ସୃଷ୍ଟି କରୁଥିଲେ।
ଉଲ୍ଲେଖନୀୟ ଅଭିନେତା ସୁଶାନ୍ତ ସିଂହ ରାଜପୁତ ବାନ୍ଦ୍ରା ସ୍ଥିତ ବାସଭବନରେ ଭୂତ ପ୍ରେତ ଥିବା କୁହାଯାଉଥିଲା। ଏଥିପାଇଁ ସୁଶାନ୍ତ ଓ ରିୟା ଓ୍ଵାରଟ ଷ୍ଟୋନ ହୋଟେଲ-କ୍ଲବରେ ରହିଥିଲେ। ସିବିଆଇର ଟିମ୍ ଗତକାଲି ଏହି ହୋଟେଲ୍ରେ ଷ୍ଟାଫ ମ୍ୟାନେଜରଙ୍କୁ ମଧ୍ୟ ଜେରା କରି ସାରିଛି। ଏଠାରେ ରହିବା ସମୟରେ ସୁଶାନ୍ତ ସିଂହଙ୍କୁ କେଉଁ କେଉଁ ଲୋକ ଭେଟିବାକୁ ଆସିଥିଲେ ସିବିଆଇ ଏହି ତଥ୍ୟ ସଂଗ୍ରହ କରୁଛି। ହୋଟେଲ ଓ୍ଵାଟର ଷ୍ଟୋନ ହୋଟେଲ-କ୍ଲବର ସିସିଟିଭି ବିଷୟରେ ମଧ୍ୟ ସିବିଆଇ ତଥ୍ୟ ସଂଗ୍ରହ କରୁଛି। ଅପରପକ୍ଷେ ରିୟା ଚକ୍ରବର୍ତ୍ତୀ ଆଧ୍ୟାତ୍ମକ ଗୁରୁ ମହେଶ ଯୋଶୀଙ୍କୁ ହୋଟେଲକୁ ନେଇ ଆସିଥିଲେ। ମହେଶ ଯୋଶୀ ସୁଶାନ୍ତଙ୍କୁ ନେଇ ଆଧ୍ୟାତ୍ମିକ ପୂଜାପାଠ କରିଥିଲେ। ଆଧ୍ୟାତ୍ମିକ ଗୁରୁ ମହେଶ ଯୋଶୀଙ୍କୁ ମଧ୍ୟ ସିବିଆଇ ଜେରା କରିବାକୁ ଯାଉଛି।
Comments are closed.