Odisha Link
Bridging the Missing Links in Odisha

ଦୁଇ କାର୍ ମୁହାଁମୁହିଁ, ୪ ମୃତ

ଭୁବନେଶ୍ୱର : ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ଵରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇ କାର ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଭୁବନେଶ୍ଵରର ନାଲକୋ ଛକରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ମୃତକ ୪ ଜଣ ଗୋଟିଏ ପରିବାରର ବୋଲି ଜଣାପଡିଛି।

ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ସାଢେ ୧ଟା ବେଳେ ଏକ କାର୍ ଆଚାର୍ଯ୍ୟ ବିହାରରୁ ସୈନିକ ସ୍କୁଲ ଦେଇ ନାଲକୋ ଛକରେ ପହଞ୍ଚିଥିବା ବେଳେ ଅନ୍ୟ ଏକ କାର୍ ଡମଣାରୁ ଜୟଦେବ ବିହାର ଆଡ଼କୁ ଆସୁଥିଲା। ଚନ୍ଦ୍ରଶେଖର ଥାନା ଅନ୍ତର୍ଗତ ନାଲକୋ ଛକରେ ଏହି ଦୁଇ କାର୍ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଚନ୍ଦ୍ରଶେଖରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତିକରିଥିଲେ। ମୃତକମାନଙ୍କ ଘର ନୀଳାଦ୍ରି ବିହାର ଅଞ୍ଚଳରେ ବୋଲି ସୂଚନା ମିଳିଛି।

Comments are closed.