Odisha Link
Bridging the Missing Links in Odisha

ଏଲ୍‌ଏସିରେ ସୀମା ବିବାବ; ବ୍ରିଗେଡ଼ କମାଣ୍ଡରସ୍ତରୀୟ ବୈଠକ ଆରମ୍ଭ

ନୂଆଦିଲ୍ଲୀ: ପୁଣି ଏଲ୍‌ଏସିରେ ସୀମା ବିବାବ। ଗତ ରବିବାର ରାତିରେ ଭାରତ ସୀମାରେ ଚୀନ ସେନା ପ୍ରବେଶ କରିଥିଲା। ଚୀନର ସମସ୍ତ ପୂର୍ବ ସହମତିକୁ ଉଲ୍ଲଂଘନ କରି ଅଗଷ୍ଟ ୨୯ ଓ ୩୦ ତାରିଖ ରାତ୍ରିରେ ସୀମା ଅଞ୍ଚଳରେ ଉତ୍ତେଜକ ସାମରିକ କାର୍ଯ୍ୟକଳାପ ଜାରି ରଖିଥିଲେ। କିନ୍ତୁ ଭାରତୀୟ ସେନା ପ୍ୟାଙ୍ଗଙ୍ଗ ସୋ ହ୍ରଦର ଦକ୍ଷିଣ ତଟରେ ପିଏଲଏର ଏଭଳି କାର୍ଯ୍ୟକଳାପକୁ ନିଷ୍କ୍ରିୟ କରିଦେଇଥିଲେ। ତେବେ ଏଭଳି ସମସ୍ୟାର ପ୍ରତିକାର ପାଇଁ ଆଜି ଚୁସୁଲଠାରେ ଦୁଇ ଦେଶ ମଧ୍ୟରେ ଏକ ବ୍ରିଗେଡିୟର କମାଣ୍ଡର ସ୍ତରୀୟ ଆଲୋଚନା ଜାରି ରହିଛି।

ଏହି ବୈଠକରେ ପ୍ରମୁଖ ପ୍ରସଙ୍ଗ ରହିବ ଏଲଏସି ଲଦାଖର ପଙ୍ଗ୍ୟୋଙ୍ଗ୍ ସୋ ରେ ଭାରତ ଓ ଚୀନ୍ ସେନାଙ୍କ ମଧ୍ୟରେ ସଂଘର୍ଷ ଘଟଣା । ପଙ୍ଗ୍ୟୋଙ୍ଗ୍ ସୋ ଅଂଚଳରେ ଚୀନ୍ ସେନା ପୂର୍ବ ସହମତି ଉଲଂଘନ କରି ସାମରିକ ଏବଂ କୂଟନୈତିକ କାର୍ଯ୍ୟକଳାପ କରିଥିବା ଘଟଣା ଉପରେ ଆଲୋଚନା କରାଯିବ।

ସୂଚନାଯୋଗ୍ୟ, ସୀମାରେ ଭାରତୀୟ ସେନା ସବୁ ବେଳେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ପ୍ରତିଶ୍ରୁତି ବଦ୍ଧ ବୋଲି ଆଗରୁ ସ୍ପଷ୍ଟ କରିଛି। ସେପଟେ ଏହି ଘଟଣା ପରେ ଗତ ଜୁନ୍ ୧୫ ତାରିଖ ମଧ୍ୟ ରାତ୍ରିର ଗଣ୍ଡଗୋଳ ଘଟଣା ପୁଣି ଥରେ ତାଜା ହୋଇଛି। ଗତ ଜୁନ୍ ୧୫ ମଧ୍ୟରାତ୍ରିର ଗଲୱାନ ଘାଟିରେ ଚୀନସେନା ଭାରତୀୟ ସେନା ଉପରେ ଆକ୍ରମଣ କରିଥିଲା। ଏଥିରେ ୨୦ ଭାରତୀୟ ସେନା ସହିଦ ହୋଇଥିଲେ।

Comments are closed.