Odisha Link
Bridging the Missing Links in Odisha

ସମସ୍ୟା ବଢ଼ାଉଛି ପୂର୍ଣ୍ଣିମା

କଟକ: ସମସ୍ୟା ବଢ଼ାଉଛି ପୂର୍ଣ୍ଣିମା। ଆଜି ମୁଣ୍ଡଳୀରେ ଜଳସ୍ତର କମିଛି। ବର୍ଷା ଥମି ଯାଇଥିଲେ ମଧ୍ୟ ଏବେ ବି ଅଧା ରାଜ୍ୟ ପାଣି ଘେରରେ। ମହାନଦୀରେ ପ୍ରବାହିତ ହୋଇ ବନ୍ୟା ଜଳ ସମୁଦ୍ର ମିଶିବାକୁ ଥିବା ବେଳେ ତାହା ଏବେ ବନ୍ଦ ହୋଇଯାଇଛି । ବନ୍ୟା ଜଳ ସମୁଦ୍ରକୁ ନିଷ୍କାସନ ପାଇଁ ଆହୁରି ତିନି ଦିନ ସମୟ ଲାଗିବ। ପୂର୍ଣ୍ଣିମା, ତାର ପୂର୍ବ ଓ ପରଦିନ ସମୁଦ୍ର ସାଧାରଣତଃ ଜୁଆରିଆ ରହିଥାଏ। ତେଣୁ ପାଣି ଟାଣେନି। ପୂର୍ଣ୍ଣିମା ପରେ ବନ୍ୟା ପରିସ୍ଥିତିରେ ସୁଧାର ଆସିବ। ଏନେଇ ଜଳ ସଂପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି।

ବର୍ତ୍ତମାନ ପ୍ରତି ସେକେଣ୍ଡରେ ହୀରାକୁଦକୁ ୩ ଲକ୍ଷ ୫୯ ହଜାର କ୍ୟୁସେକ୍‌ ଜଳ ପ୍ରବେଶ କରୁଛି। ଅନ୍ୟପଟେ ୨୪ଟି ଗେଟ୍‌ ଦେଇ ୪ ଲକ୍ଷ ଘନଫୁଟ୍‌ ଜଳ ନିଷ୍କାସିତ ହେଉଛି। ସେହିଭଳି ମୁଣ୍ଡୁଳିରେ ୯ ଲକ୍ଷ ୮୦ ହଜାର ଘନଫୁଟ ବନ୍ୟାଜଳ ଏବେ ବି ପ୍ରବାହିତ ହେଉଛି। ହୀରାକୁଦରେ ଏବେ ଜଳ ସ୍ଥିର ରହିଛି। ଜଳସ୍ତର ୬୨୫.୭୯ ଫୁଟ୍‌ ରହିଛି। ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୩୬ଟି ଘାଇ ସୃଷ୍ଟି ହୋଇଥିବା ସୂଚନା ରହିଛି। ପୂର୍ଣ୍ଣିମା କାରଣରୁ ଜୁଆର ଠେଲିକି ରଖିଛି। ପୂର୍ଣ୍ଣିମା ପରେ ବନ୍ୟା ପରିସ୍ଥିତିରେ ସୁଧାର ଆସିବ।

Comments are closed.