Odisha Link
Bridging the Missing Links in Odisha

ରାଜ୍ୟରେ ୨୪ ଘଣ୍ଟାରେ ୫୧ ହଜାର ୨୪୫ ନମୁନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଦ୍ୟରେ ୫୧ ହଜାର ୨୪୫ କରୋନା ଟେଷ୍ଟ ହୋଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ବୁଧବାର ସୂଚନା ଦେଇଛନ୍ତି। ଆରଟିପିସିଆରରେ ୭ ହଜାର ୬୮୫, ଆଣ୍ଟିଜେନରେ ୪୩ ହଜାର ୪୭୬ ଓ ଟ୍ରୁନଟ୍ ମାଧ୍ୟମରେ ୮୪ଟି ଟେଷ୍ଟ କରାଯାଇଛି।

କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ଟେଷ୍ଟିଂକୁ ଗୁରୁତ୍ୱ ଦେଉଛନ୍ତି। ନମୁନା ପରୀକ୍ଷାରେ ଓଡ଼ିଶା ସଫଳତା ହାସଲ କରିଛି। ଏବେ ରାଜ୍ୟରେ ଦୈନିକ ୫୦ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ କରାଯାଉଛି। ରାଜ୍ୟରେ କୋଭିଡ ଟେଷ୍ଟ ସଂଖ୍ୟା ଇତିମଧ୍ୟରେ ୧୮ ଲକ୍ଷ ଟପିଛି। କରୋନା ଟେଷ୍ଟରେ ଜାତୀୟ ହାରଠାରୁ ବି ଓଡ଼ିଶା ବହୁ ଆଗରେ ରହିଛି।

Comments are closed.