Odisha Link
Bridging the Missing Links in Odisha

ପୁଲଓ୍ବାମା ଅଭିଯୁକ୍ତ ନିଟ୍ ପରୀକ୍ଷା ପାଇଁ ମାଗିଲା ଅନୁମତି

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ବିସ୍ଫୋରକ ଯୋଗାଣରେ ସାହାଯ୍ୟ କରିଥିବା ଅଭିଯୁକ୍ତ ନିଟ୍ ପରୀକ୍ଷା ପାଇଁ ମାଗିଲା ଅନୁମତି। ଯୁବକ ଜଣଙ୍କ ସେପ୍ଟେମ୍ବର ୧୩ରେ ହେବାକୁ ଥିବା ନିଟ୍ ପରୀକ୍ଷା ଦେବା ପାଇଁ ଜମ୍ମୁର ଏନଆଇଏ ସ୍ପେଶାଲ କୋର୍ଟରୁ ଅନୁମତି ମାଗିଛି। ଅଭିଯୁକ୍ତର ନାଁ ୱେଜ ଉଲ ଇସଲାମ ବୋଲି ଜଣାପଡିଛି।

ଅଭିଯୁକ୍ତ ଇସଲାମ ପରୀକ୍ଷା ପାଇଁ ଅନୁମତି ପାଇବାକୁ ଭିଡିଓ କନଫରେନ୍ସ ମାଧ୍ୟମରେ କୋର୍ଟରେ ହାଜର ହୋଇଥିଲା ତେବେ ସେପ୍ଟେମ୍ବର ୩ରେ ଏହି ମାମଲା ଶୁଣାଣି ହେବାକୁ ଥିବା ବେଳେ ଏନଆଇଏ ଏହି ଆବେଦନକୁ ବିରୋଧ କରିବାକୁ ପ୍ରସ୍ତୁତ ଥିବା ବିଶେଷ ସୂତ୍ରରୁ ଜଣା ପଡ଼ିଛି। ଇସଲାମ ଆତଙ୍କବାଦୀଙ୍କ ସହଯୋଗୀ ଥିଲେ ଏବଂ ଇ-କମର୍ସ ସାଇଟରୁ ବିସ୍ଫୋରକ ସାମଗ୍ରୀ ଅର୍ଡର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ ନିଟ୍ ପରୀକ୍ଷା ପାଇଁ ଅନୁମତି ଦେବାକୁ ଏନଆଇଏ ଚାହୁନଥିବା ଜଣାପଡିଛି। ସୂଚନାଯୋଗ୍ୟ, ୨୦୧୯ ମସିହା ଫେଆରି ୧୪ ତାରିଖରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୨ ଭାରତୀୟ ଯବାନ ସହିଦ ହୋଇଥିଲେ।

Comments are closed.