ରିୟାଙ୍କ ଡ୍ରଗ୍ ଲିଙ୍କ୍ ମାମଲା : ୨ ଗିରଫ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଯାଞ୍ଚ କରୁଛି ସିବିଆଇ। ମୃତ୍ୟୁ ରହସ୍ୟ ଜଟିଳ ହୋଇ ଚାଲିଥିବା ବେଳେ, ମାମଲାରେ ଛନ୍ଦି ହୋଇ ଯାଇଥିବା ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ ଲିଙ୍କ୍ ଘଟଣା ସାମ୍ନାକୁ ଆସିଥିଲା। ଏବେ ଏହି ମାଲାରେ ଏନ୍ସିବି ୨ ଜଣଙ୍କୁ ଗିରଫ କରିଛି। ଏନ୍ସିବି ବଅଦୁଲ ବାସିତ ପରିହାର ଏବଂ ଜୈଦ୍ ଭିଲିଟ୍ରା ମୁମ୍ବାଇ ଓ ବାନ୍ଦ୍ରାରୁ ଗିରଫ କରିଛି। ରିୟାଙ୍କ ସହଯୋଗୀ ସାମୁଏଲ ମିରଣ୍ଡାଙ୍କ ଲିଙ୍କ୍ରେ ଏନ୍ସିବି ଏହି ଦୁଇ ଜଣଙ୍କୁ ଗିରଫ୍ କରିଛି। ସୂଚନା ମୁତାବକ, ରିୟାଙ୍କ ଭାଇ ସୌଭି୍ଙ୍କ ନିର୍ଦ୍ଦେଶରେ ମିରଣ୍ଡା ଏହି ଦୁଇ ଜଣଙ୍କ ଠାରୁ ଡ୍ରଗ୍ ଆଣୁଥିଲେ।