Odisha Link
Bridging the Missing Links in Odisha

ୟୁଜି/ପିଜି ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ରକୁ ଚିଠି

ଭୁବନେଶ୍ୱର: ସେପ୍ଟେମ୍ବର ୩୦ ସୁଦ୍ଧା ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର(ପିଜି) ଶେଷ ସେମିଷ୍ଟର ପରୀକ୍ଷା ଶେଷ କରିବା ପାଇଁ ସୁପ୍ରିକୋର୍ଟ ରାୟ ଦେଇଥିଲେ। ଏହା ପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରୀକ୍ଷା ପରିଚାଳନା ପାଇଁ ପଦକ୍ଷେପ ଆରମ୍ଭ କରାଯାଇଥିଲା। ୟୁଜିସି ନିୟମ ମୁତାବକ ପରୀକ୍ଷା କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୋମବାର ନିଷ୍ପତ୍ତି ନିଆଯାଇଥିଲା। ମଙ୍ଗଳବାର ରାଜ୍ୟର ଦୁଇ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ ଏବଂ ବୁଧବାର ଫକୀର ମୋହନ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯାଇଛି ।

ତେବେ ଏହାରି ଭିତରେ ଏକ ବଡ଼ ଖବର ଆସିଛି। ୟୁଜି/ପିଜି ଫାଇନାଲ ସେମିଷ୍ଟର ଘୁଞ୍ଚାଇବାକୁ ଚିଠି କରାଯାଇଛି। ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ୟୁଜିସି ସଚିବଙ୍କୁ ଚିଠି କରାଯାଇଛି। ପରୀକ୍ଷା ଶେଷ ତାରିଖ ସେପ୍ଟେମ୍ବର ୩୦ ପରିବର୍ତ୍ତେ ଅକ୍ଟୋବର ୧୦ ଯାଏଁ ଘୁଞ୍ଚାଇବାକୁ ବିଭାଗ ପକ୍ଷରୁ ଚିଠି କରାଯାଇଛି। ପରୀକ୍ଷା ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୧୦ ମଧ୍ୟରେ କରାଇବାକୁ ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି। ରାଜ୍ୟରେ କରୋନା ସ୍ଥିତି ଯୋଗୁଁ ପଦକ୍ଷେପ ନେବାକୁ ଉକ୍ତ ଚିଠିରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୟୁଜିସି ସଚିବଙ୍କୁ ନିବେଦନ କରାଯାଇଛି।

Comments are closed.