Odisha Link
Bridging the Missing Links in Odisha

ଥାନାରେ ବିଜେପି ବିଧାୟକ, ରାସ୍ତାରେ ସମର୍ଥକ

ଭୁବନେଶ୍ୱର: ଯନ୍ତ୍ରୀଙ୍କୁ ବାଡେ଼ଇବା ଘଟଣାରେ ବାରିପଦା ବିଜେପି ବିଧାୟକ ପ୍ରକାଶ ସୋରେନଙ୍କୁ ପୁଲିସ ଅଟକ ରଖିଛି । ଅପରପକ୍ଷରେ ବିଧାୟକଙ୍କୁ ଅଟକ ରଖିବା ପ୍ରତିବାଦରେ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବାରିପଦା ସହରରେ ଏଇ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ପ୍ରକାଶ ଯେ, ଜନୈକ ଯନ୍ତ୍ରୀଙ୍କୁ ବିଧାୟକ ଓ ତାଙ୍କ ସମର୍ଥକମାନେ ପିଟିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପିଏ ଆଇଟିଡ଼ିଏର ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ଗତକାଲି ବାରିପଦା ବିଧାୟକ ଶ୍ରୀ ସୋରେନ ସର୍କିଟ ହାଉସକୁ ଡାକିଥିଲେ। ତେବେ ସଂଧ୍ୟାରେ ଶ୍ରୀ ଜେନା ସର୍କିଟ ହାଉସ ଠାରେ ବିଧାୟକଙ୍କୁ ଭେଟିଥିଲେ। ତାଙ୍କ ସମର୍ଥକମାନଙ୍କୁ କାହିଁକି ପିଏ ଆଇଟିଡିଏ ଠିକା କାମ ମିଳୁନି ସେନେଇ ବିଧାୟକ ପ୍ରଶ୍ନ କରିଥିଲେ। ପରେ ତାଙ୍କୁ ବିଧାୟକ ଗୋଇଠା ମାରିଥିଲେ। ବିଧାୟକଙ୍କ ସମର୍ଥକମାନେ ବି ବାଡ଼ିରେ ତାଙ୍କୁ ପିଟିଥିଲେ। ଫଳରେ ସେ ଆହତ ଅବସ୍ଥାରେ ବାରିପଦା ଡାକ୍ତରଖାନାରେ ଭର୍ତି ହୋଇଥିଲେ। ଏନେଇ ସେ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଥିଲେ। ଏନେଇ ଥାନା ଅଧିକାରୀ ତଦନ୍ତ କରିବା ସହ ବିଧାୟକଙ୍କୁ ଡାକି ପଚରାଉଚରା କରିଥିଲେ। ତେବେ ବିଧାୟକଙ୍କୁ ଥାନାରେ ଅଟକ ରଖାଯିବା ଖବର ପ୍ରକାଶ ପାଇବା ପରେ ସମର୍ଥକମାନେ ଉକ୍ତ ସ୍ଥାନରେ ପହଁଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Comments are closed.