Odisha Link
Bridging the Missing Links in Odisha

ଅଚ୍ୟୁତ ସାମନ୍ତ: ଜଣେ ନିଆରା ଗୁରୁ

ଗୁରୁ ଶବ୍ଦର ଅର୍ଥ ହେଲା ଏମିତି ଜଣେ ମଣିଷ ଯାହାଙ୍କର କୌଣସି ଏକ କ୍ଷେତ୍ରରେ ବିଶେଷ ଜ୍ଞାନ ଓ ଦକ୍ଷତା ରହିଛି ଏବଂ ଯିଏ ଏହାକୁ ଅନ୍ୟମାନଙ୍କର ମାର୍ଗଦର୍ଶନ ପାଇଁ ବ୍ୟବହାର କରନ୍ତି। ‘ଗୁ’ ଶବ୍ଦର ଅର୍ଥ ଅନ୍ଧାର ‘ରୁ’ ଶବ୍ଦର ଅର୍ଥ ଆଲୁଅ। ଯିଏ ଅନ୍ଧାରରୁ ଆଲୋକକୁ ବାଟ କଢ଼େଇ ନିଅନ୍ତି ତାଙ୍କୁ ଗୁରୁ ବୋଲାଯାଏ। ଭାରତର ପୁରାଣ ଓ ଦର୍ଶନରେ ଯିଏ ଅଜ୍ଞାନରୁ ଜ୍ଞାନ ଆଲୋକକୁ ନେଇଯାନ୍ତି ତାଙ୍କୁ ଗୁରୁକୁହନ୍ତି। ଗୁରୁ ଉତ୍ସାହର ମୂଳାଧାର। ପାଶ୍ଚାତ୍ୟ ଦର୍ଶନରେ ନିଦ୍ଧିଷ୍ଟ ପରମ୍ପରା ବା ଧର୍ମର ପରିସୀମା ଭିତରେ ନ ଥାଇ ଯିଏ ଅନେକ ଅନୁଗାମୀ ଏକାଠି କରନ୍ତି ତାଙ୍କୁ ଗୁରୁ କୁହାଯାଏ। ଏଭଳି ଏକ ମହାନ ବ୍ୟକ୍ତିତ୍ୱର ଅଧିକାରୀ ଜଣେ ନିଆରା ଗୁରୁ ହେଉଛନ୍ତି ଡ. ଅଚ୍ୟୁତ ସାମନ୍ତ ସାର୍।

ଅଚ୍ୟୁତ ଯିଏ ନିଜର ଗତିପଥରୁ, କର୍ତ୍ତବ୍ୟପରାୟଣତା ଓ ଦାୟୀତ୍ୱବୋଧରୁ କେବେ ଚ୍ୟୁତ ହୋଇ ନ ଥିବା ଦରଦୀ ମଣିଷଟିଏ। ଜୀବନର ପ୍ରାରମ୍ଭରୁ ପ୍ରତିକୁଳ ପରିସ୍ଥିତିକୁ ସାମ୍ନା କରି ସଂଘର୍ଷକୁ ପାଥେୟ କରି ଆଗକୁ ବଢ଼ିଥିବା ମହାଦୃମଟିଏ ସେ, ଯିଏ ଦୀପଟିଏ ହୋଇ ହଜାର ହଜାର ଆଲୋକ ବର୍ତ୍ତିକା ପ୍ରଜ୍ୱଳିତ କରି ଜ୍ଞାନାଲୋକର ଦିବ୍ୟ ଜ୍ୟୋତିଧାରାରେ ସେମାନଙ୍କ ଜୀବନକୁ କୁସୁମିତ କରିଛନ୍ତି। ସେ ଅନେକ ମଣିଷ ତିଆରି କାରାଖାନାର ପ୍ରାଣ ପ୍ରତିଷ୍ଠାତା, ସେ ମାନବ ନୁହନ୍ତି ଜଣେ ଅନୁଷ୍ଠାନ। ସେହି ଅଦମ଼୍ୟ ଚେଷ୍ଟା, ନିରନ୍ତର ପ୍ରୟାସ, ଅବିଚଳ ମନୋନିବେଶ ଓ ଉଚ୍ଚକାଂକ୍ଷା ତାଙ୍କୁ ଜେଣ କର୍ମଯୋଗୀରେ ରୁପାନ୍ତର କରିଦେଇଛି। ଅଭାବ ଅନଟନର ସଂଘର୍ଷରେ ବଢ଼ି ଅଧ୍ୟାପନାରୁ ନିଜର ଦାୟୀତ୍ୱବୋଧ ଜୀବନର ଅୟ ଆରମ୍ଭ ଚାକିରି କରି ଅର୍ଥ ରୋଜଗାରରେ ନିଜର ପରିବାର, ଅଞ୍ଚଳର ଊନ୍ନତିରେ ସହାୟକ ହୋଇପାରିଥା’ନ୍ତେ କିନ୍ତୁ ବିଧାତାର ବିଚାର ଭିନ୍ନ ସମଗ୍ର ବିଶ୍ୱକୁ ପରିବାର ଭାବି ସାଂସାରିକ ମୋହମାୟାରୁ ନିଜକୁ ଊର୍ଦ୍ଧ୍ୱରେ ରଖି ବିଶ୍ୱ କଲ୍ୟାଣ ନିମନ୍ତେ ସମର୍ପିତ, ଯିଏ ହଜାର ହଜାର ଗରୀବ, ନିରୀହ, ନିପୀଡ଼ିତ, ଅବହେଳିତ ପିଲାଙ୍କୁ ଶିକ୍ଷା ରାଇଜରେ ମାର୍ଗ ଦେଖାଇଛନ୍ତି ସେ ହେଉଛନ୍ତି ଗୁରୁ ଡ. ସାମନ୍ତ।

ସମାଜର ହିତ ପାଇଁ ସମର୍ପିତ ଯାହାର ଜୀୀବନ, ସେ କ୍ଷୁଦ୍ରସ୍ୱାର୍ଥ ପାଇଁ ବନ୍ଧନ ଯୁକ୍ତ ହୋଇଥାନ୍ତେ କିପରି? ଈଶ୍ୱର ଯାହାଙ୍କୁ ଅନୁଷ୍ଠାନ କରି ଗଢ଼ିତୋଳିଛନ୍ତି ସେ ବ୍ୟକ୍ତି ବିଶେଷରେ ସନ୍ତୁଷ୍ଟ ହେବେ କିପରି? କଲରାବାଙ୍କର ଏକ ସାଧାରଣ ପରିବାରେର ଜନ୍ମିତ ହୋଇ ‘କଳିଙ୍ଗ’କୁ ଅନ୍ତର୍ଜାତିକ ସ୍ତରରେ ପ୍ରତିଷ୍ଠା କରାଇବାରେ କଳିଙ୍ଗ ମାଟିର ଯୋଗ୍ୟ ସନ୍ତାନ ଊତ୍ସର୍ଗୀକୃତ ମନୋଭାବର ସଫଳ ରୁପାୟନ କରି ପାରିଛନ୍ତି ସେ। ମାଟି ମାଆ(କଳିଙ୍ଗ)କୁ ଭଲପାଊଥିବା ଦରଦୀ ମଣିଷଟି ପ୍ରତିଷ୍ଠା କରିଥିବା ସମସ୍ତ ଅନୁଷ୍ଠାନ ‘କଳିଙ୍ଗ’ନାମରେ ନାମିତ। ବସ୍ତୁବାଦୀ ଦୁନିଆରେ ସ୍ୱାର୍ଥନ୍ୱେଷୀ ମଣିଷ ନିଜର ଅଥବା ସଂପର୍କୀୟ ମାନଙ୍କୁ ଗୁରୁତ୍ୱାରୋପ କରୁଥିବା ବେଳେ ଜନ୍ମମାଟିକୁ ଭଲ ପାଊଥିବା ବ୍ୟକ୍ତି ସେମାନଙ୍କ ଠାରୁ ଊର୍ଦ୍ଧରେ। ଏହା ମଧ୍ୟ ଆଜିର ସମାଜ ପାଇଁ ଅନୁକରଣୀୟ।

ସମଗ୍ର ଓଡ଼ିଶାର ବଣ ପାହାଡ଼ ଘେରା ଜନଜାତି ମୁଲକର ଗରିବ, ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ପ୍ରଦୀପଟିଏ କରି ଗଢ଼ିତୋଳିବାର ଡ. ସାମନ୍ତ ଯେଊଁ ଅଦମ୍ୟ ପ୍ରୟାସ, ଅବିଚଳିତ ମନୋବୃତ୍ତି ଓ ନିରନ୍ତର ଚେଷ୍ଟା ତାଙ୍କୁ ମହାନରୁ ମହାନୋତ୍ତର କରିଛି। ଶିକ୍ଷାର ଅଭାବ ଯୋଗୁଁ ଯେଊଁମାନେ ନିଜର କୌଳିକ ବୃତ୍ତିକୁ ଆପଣେଇ ଥାଆନ୍ତେ ଅଥବା ଅଶିକ୍ଷିତ, ଅର୍ଦ୍ଧଶିକ୍ଷିତ ହୋଇଥାନ୍ତେ ସେମାନେ ଆଜି ଆଲୋକବର୍ତ୍ତିକା ହୋଇ ନିଜର, ନିଜ ପରିବାରର, ନିଜ ଅଞ୍ଚଳର, ସର୍ବୋପରି ଓଡ଼ିଶା ମାଟିର ସଫଳ ସନ୍ତାନ ଭାବେ ନିଜକୁ ଊପସ୍ଥାପିତ କରିପାରିଛନ୍ତି।

ଜଣେ ବ୍ୟକ୍ତି ବିଶେଷ ଦୁଇ ଦୁଇଟି ବିଶ୍ୱବିଦ୍ୟାଳୟ (କିଟ୍ ବିଶ୍ୱବିଦ୍ୟାଳୟ ଓ କିସ୍ ବିଶ୍ୱବିଦ୍ୟାଳୟ)ର ପ୍ରାଣ ପ୍ରତିଷ୍ଠାତା। ଅଭାବ ଅନଟନରେ ପଢ଼ିପାରୁନଥିବା ଅନେକ ମେଧାବୀ ଛାତ୍ର ଛାତ୍ରୀମାନଙ୍କର ମାଗଣା ଶିକ୍ଷା ପାଇଁ ଦାୟିତ୍ୱ ବହନକରି କେବଳ ସେମାନଙ୍କର ପଥପ୍ରଦର୍ଶକ ନୁହନ୍ତି, ସମସ୍ତ ଶିକ୍ଷାପ୍ରେମୀ ମାନଙ୍କ ଆଦର୍ଶ ପାଲଟି ଯାଈଛନ୍ତି ଡ.ସାମନ୍ତ। ବୀର ସହୀଦମାନଙ୍କର ସନ୍ତାନ ହୁଅନ୍ତୁ ଅଥବା କରୋନାରେ ଜୀବନ ହରାଇଥିବା ଯୋଦ୍ଧାମାନଙ୍କର ସନ୍ତାନ, ଏ ସମସ୍ତଙ୍କୁ ମାଗଣାରେ ଶିକ୍ଷାଦାନ କରିବାର ଯେଊଁ ବଳିଷ୍ଠ ପଦକ୍ଷେପ ସେ ନେଇଛନ୍ତି, ତାହା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ। ସମାଜର ଅବହେଳିତ, ଦୁର୍ଘଟଣାଗ୍ରସ୍ତ ପରିବାର, ଅନାଥ ପିଲାଙ୍କ ପାଇଁ ଅଭିଭାବକ ସାଜିଛନ୍ତି ନିଜେ ଅଚ୍ୟୁତ ସାର୍।

ମଣିଷ ଯେତେବେଳେ ଲୋଭ ମୋହ ମାୟା ପଛରେ ପଡ଼ି ସର୍ବଦା ବସ୍ତୁବାଦୀ ହୋଇ ଆଗକୁ ଦୌଡ଼େ, ସେହି ସମୟରେ ଏଭଳି ଏକ ବ୍ୟକ୍ତି ନିଜ ମାଟି ମାଆକୁ ପ୍ରାଣ ଭଳି ଭଲପାଇ ନିଜ ଗାଁକୁ ସମଗ୍ର ଦେଶରେ ଏକ ଆଦର୍ଶ ଗ୍ରାମରେ ପରିଣତ କରିପାରିଛନ୍ତି। ଏହା ଆଜିର ସମାଜ ପାଇଁ ଏକ ବିରଳ ଉଦାହରଣ।

ଭାରତୀୟ ପରମ୍ପରାରେ ଗୁରୁଙ୍କ ସ୍ଥାନ ଅତୁଳନୀୟ। ଏହି ପବିତ୍ର ଗୁରୁଦିବସ ଅବସରରେ ମୋର ଓ ମୋ ଭଳି ଲକ୍ଷାଧିକ ବ୍ୟକ୍ତିଙ୍କର ଆଦର୍ଶ, ଗୁରୁ ଡ. ଅଚ୍ୟୁତ ସାମନ୍ତ ସାର୍‌ଙ୍କ ନିଷ୍ଠା, ତ୍ୟାଗପୁତ ଜୀବନ, ସମୟାନୁବର୍ତ୍ତୀତା, ଦାୟିତ୍ୱବୋଧ, କର୍ତ୍ତବ୍ୟପରାୟଣତା, ସେବା ମନୋବୃତ୍ତି ଓ ସମର୍ପଣ ଭାବ ସର୍ବଦା ସମାଜ ପାଇଁ ଅନୁକରଣୀୟ। ଆଜିର ଏ ପବିତ୍ର ଦିବସରେ ଏହି ପ୍ରଣ୍ୟ ଗୁରୁଜୀଙ୍କୁ ମୋର ଶ୍ରଦ୍ଧା ନିବେଦନ କରୁଛି।


ଛାତ୍ର ଇଂ.ରାଜଶେଖର ଲାହା, ମୋ: ୯୩୩୭୭୭୦୭୭୭

Comments are closed.