Odisha Link
Bridging the Missing Links in Odisha

ମାନବିକତା ଦେଖାଇ ଚୀନ ନାଗରିକଙ୍କ ଜୀବନ ବଞ୍ଚାଇଲେ ଭାରତୀୟ ସେନା

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ମଧ୍ୟ ମାନବିକତା ଦେଖାଇଛି ଭାରତୀୟ ସେନା। ଉତ୍ତର ସିକ୍କିମରେ ଫସି ରହିଥିବା ଚୀନ ନାଗରିକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଭାରତୀୟ ସେନା। ଜଣେ ମହିଳା ନାଗରିକଙ୍କ ସମେତ ମୋଟ ୩ ଚୀନ ନାଗରିକ ଉତ୍ତର ସିକ୍କିମରେ ‘ଜିରୋ ଡିଗ୍ରି’ରେ ତାପମାତ୍ରା ଯୋଗୁଁ ଫସି ରହିଥିଲେ। ପାଖାପାଖି ୧୭,୫୦୦ ଫୁଟ ଉଚ୍ଚରେ ଉତ୍ତର ସିକ୍କିମ୍‌ର ପଠାର କ୍ଷେତ୍ରରେ ୩ ଚୀନ ନାଗରିକ ରାସ୍ତା ଭୁଲି ଯାଇଥିଲେ। ଦେବଦୂତ ସାଜି ସହାୟତାର ହାତ ବଢ଼ାଇଥିଲେ ଭାରତୀୟ ସେନା।

ଚୀନ ନାଗରିକ ବୋଲି ଜାଣିବା ପରେ ମଧ୍ୟ ଭାରତୀୟ ସେନା ତୁରନ୍ତ ସାହାଯ୍ୟ କରିବାକୁ ଆଗେଇ ଯାଇଥିଲା। କେବଳ ସେତିକି ନୁହେଁ ଚୀନକୁ ଫେରିଯିବା ପାଇଁ ସେମାନଙ୍କୁ ଉଚିତ ମାର୍ଗ ଦେଖାଇବା ସହ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାରେ ସହାୟତା କରିଥିଲେ ଭାରତୀୟ ଯବାନ। ଭାରତୀୟ ଯବାନଙ୍କ ଏଭଳି ନିସ୍ବାର୍ଥପର ସାହାଯ୍ୟ ପାଇଁ ୩ ଚୀନ ନାଗରିକ ସେନାକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

Comments are closed.