Odisha Link
Bridging the Missing Links in Odisha

ମସଜିଦ୍‌ରେ ଏସି ବିସ୍ଫୋରଣ, ୧୨ ମୃତ ୨୫ ଆହତ

ବାଂଲାଦେଶ: ମସଜିଦ୍‌ରେ ଏସି ବିସ୍ଫୋରଣ। ବାଂଲାଦେଶର ଫତୁଲ୍ଲାହ ସହରର ଏକ ମସଜିଦ୍‌ରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏସି ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ମସଜିଦରେ ନମାଜ ପଢ଼ୁଥିବା ସମୟରେ ଏସି ବିସ୍ଫୋରଣ ହୋଇଥିଲା।

ସୂଚନା ମୁତାବକ, ଫତୁଲ୍ଲାହ ସହରରେ ଥିବା ସଲାମ ମସଜିଦରେ ଶୁକ୍ରବାର ରାତି ପ୍ରାୟ ୮.୪୫ରେ ବିସ୍ଫୋରଣ ଘଟିଥିଲା। ଏହି ସମୟରେ ଲୋକେ ନମାଜ ସାରି ଛିଡ଼ା ହୋଇଥିଲେ। ଯାଞ୍ଚରୁ ମିଳିଥିବା ତଥ୍ୟ ଅନୁସାରେ ପ୍ରଥମେ ଗୋଟିଏ ଏସିରେ ସ୍ପାର୍କିଂ ହୋଇ ବିସ୍ଫୋରଣ ହୋଇଥିଲା। ଏହାପରେ ଅନ୍ୟ ଏସି ଗୁଡ଼ିକ ମଧ୍ୟ ବିସ୍ଫୋରଣ ହୋଇଥିଲା। ସେପଟେ ଡାକ୍ତରଙ୍କ ମତରେ ୨୭ ଜଣ ଅତି ଗମ୍ଭୀର ଭାବେ ଆହତ ହୋଇଥିବା ବେଳେ ସୋମନଙ୍କ ଶରୀରର ୯୯ ପ୍ରତିଶତ ଜଳିଯାଇଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ମସଜିଦର ତଳେ ଏକ ଗ୍ୟାସ୍‌ ପାଇପ୍ ଳାଇନ୍ ଯାଇଛି। ଯେଉଁଥିରେ ତ୍ରୁଟି ଥିବା ନେଇ ମସଜିଦ ସମିତ ସଦସ୍ୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। କିନ୍ତୁ କର୍ତ୍ତୃପକ୍ଷ ଏହି କଥାକୁ ଗୁରୁତ୍ବ ଦେଇନଥିଲେ। ତେବେ ଗ୍ୟାସ୍‌ ପାଇପ ଲାଇନ୍‌ରୁ ଗ୍ୟାସ୍‌ ବାହାରି ମସଜିଦ୍‌ ଭିତରେ ଜମା ହୋଇଯାଇଥିଲା। ଝରକା ବନ୍ଦ ଥିବାରୁ ଏସି ଚାଲିବା ପରେ ବିସ୍ଫୋରଣ ହୋଇଥିବା ଅଗ୍ନିଶମ କର୍ମଚାରୀ ପ୍ରକାଶ କରିଛନ୍ତି।

Comments are closed.