Odisha Link
Bridging the Missing Links in Odisha

ବିଜେପିର କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଲେ ଜେ.ପି.ନଡ୍ଡା

ଭୁବନେଶ୍ୱର : ଓଡିଶାରେ ଦୀର୍ଘ ସମୟ ରାଜନୈତିକ ଲଢେଇ ପରେ ବିଜେପିକୁ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ମିଳିଛି। ଗତ ୨୦୧୯ ଲୋକସଭା ନିର୍ବାଚନରେ ପାଖାପାଖି ୧ କୋଟି ଭୋଟ ବିଜେପି ସପକ୍ଷରେ ପଡିଛି। ୩୩ ଟି ଅନୁସୂଚିତ ଜାତି ଜନଜାତିର ବିଧାନସଭା ଆସନରୁ ୧୧ ଜଣ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେହିପରି ୨୦୧୪ ଲୋକସଭା ନିର୍ବାଚନରେ ବିଜେପିକୁ ୨୧ ପ୍ରତିଶତ ଭୋଟ ମିଳିଥିବାବେଳେ ୨୦୧୯ରେ ଏହା ବୃଦ୍ଧି ହୋଇ ୩୮ ପ୍ରତିଶତ ଏବଂ ୨୦୧୪ ବିଧାନସଭା ନିର୍ବାଚନରେ ବିଜେପିକୁ ୧୮ ପ୍ରତିଶତ ଭୋଟ ମିଳିଥିବାବେଳେ ୨୦୧୯ ରେ ଏହା ୩୨ ପ୍ରତିଶତକୁ ବୃଦ୍ଧି ପାଇଛି। ଆଗାମୀ ଦିନରେ ଆମେ ୫୦ ପ୍ରତିଶତ ଭୋଟ ହାସଲ କରି ଓଡିଶାରେ ବିଜେପି ସରକାର ଗଠନ କରିବାର ସଂକଳ୍ପ ନେବା ବୋଲି ବିଜେପିର ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଦିଲ୍ଲୀରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗ ଦେଇ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରୀୟ ସଭାପତି ଡ. ଜଗତ ପ୍ରକାଶ ନଡ୍ଡା।

କୋଭିଡ ସଙ୍କଟ ସମୟରେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଲକଡାଉନ ଓ ଜନତା କର୍ଫ୍ୟୁ’ ଜରିଆ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ସମଗ୍ର ବିଶ୍ୱ ଓ ୟୁନିସେଫ ଭୁୟସୀ ପ୍ରଶଂସା କରିଛନ୍ତି। କୋଭିଡ ଟେଷ୍ଟିଂ ସଂଖ୍ୟା ପ୍ରତିଦିନ ୧୫୦୦ରୁ ୧୦ଲକ୍ଷ୧୦ ହଜାରକୁ ବୃଦ୍ଧି, ଦେଶରେ ୧୫୦୦ରୁ ଉର୍ଦ୍ଧ୍ୱ କୋଭିଡ ହସ୍‌ପିଟାଲ ସହ ୨ ଲକ୍ଷ ଶଯ୍ୟା କରୋନା ରୋଗୀଙ୍କ ପାଇଁ ପ୍ରସ୍ତୁତ ହୋଇପାରିଛି। ସ୍ୱାସ୍ଥ୍ୟ ସେବା ପାଇଁ ପିପିଇ କିଟ୍ ଭାରତରେ ଉତ୍ପାଦନ ହେଉନଥିବାବେଳେ ବର୍ତମାନ ପ୍ରତିଦିନ ୪ ଲକ୍ଷ ୫୦ ହଜାର ପିପିଇ କିଟ୍ ପ୍ରସ୍ତୁତ ହେଉଛି। କରୋନାରୁ ଏବେ ଦେଶରେ ୭୪. ୩୦ ପ୍ରତିଶତ ରୋଗୀ ସୁସ୍ଥ ହେଉଛନ୍ତି। ଏହା ନିଶ୍ଚିତ ଭାବେ ଆଶ୍ୱସ୍ତ ପ୍ରଦାନ କରିଛି ବୋଲି ଜେ ପି ନଡ୍ଡା କହିଛନ୍ତି।

ଜାତୀୟ ଶିକ୍ଷାନୀତି ୨୦୨୦ ଭାରତର ଭାଗ୍ୟ ବଦଳାଇଦେବ। ପ୍ରଥମ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷାରେ ପାଠ ପଢିବା ଏବଂ ନିଜ ଇଚ୍ଛା ଅନୁସାରେ ବିଷୟ ଚୟନ କରିବାର ଅଧିକାର ନୂଆ ଶିକ୍ଷା ନୀତିରେ ବ୍ୟବସ୍ଥା ହୋଇଛି। କେହି ବି ଜଣେ ଶିକ୍ଷାରୁ ବଂଚିତ ନହେବେ ସେ ନେଇ ବ୍ୟବସ୍ଥା କରାଯାଇଛି। ଓଡିଶା ସରକାର ଏକ ଟାକ୍ସଫୋର୍ସ ଗଠନ କରି କାର୍ଯ୍ୟ କରନ୍ତୁ। ବିଜେପି କାର୍ଯ୍ୟକର୍ତାମାନେ ଏସଂପର୍କରେ ସାଧାରଣ ଜନତାଙ୍କୁ ଅବଗତ କରାଇବେ। ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ ନିଟ୍ ର ପ୍ରଶ୍ନପତ୍ର ୯ ଟି ଭାଷାରେ କରାଯାଉଛି। ଏହା ଦ୍ୱାରା ଗ୍ରାମାଂଚଳର ମେଧାବୀ ଛାତ୍ର ଡାକ୍ତିରୀ ଶିକ୍ଷା ପଢିବାରେ ଯୋଗ୍ୟ ହୋଇପାରୁଛି। କରୋନା ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଶୀଳ ଭାରତ ଯୋଜନାରେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଗରିବ କଲ୍ୟାଣ ଯୋଜନାରେ ୮୦ କୋଟି ଗରିବ ଲୋକଙ୍କୁ ମାର୍ଚ୍ଚ ମାସରୁ ନଭେମ୍ବର ମାସ ପର୍ଯ୍ୟନ୍ତ ୫ କିଲୋ ଚାଉଳ କିମ୍ବା ଗହମ ଏବଂ ପ୍ରତି ପରିବାରକୁ ୧ କିଲୋ ଡାଲି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ୮ କୋଟି ମହିଳାଙ୍କୁ ମାଗଣା ଗ୍ୟାସ ଯୋଗାଇ ଦିଆଯାଇଛି। ୨୦ କୋଟି ଲୋକଙ୍କୁ ଧନ ଜନ ଯୋଜନାରେ ଡିବିଟି ମାଧ୍ୟମରେ୧୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଚାଷୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ଆର୍ଥୀକ ସହାୟତା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ କୃଷି ସମ୍ମାନ ନିଧୀ ଯୋଜନାରେ ୮ କୋଟି ୭୪ ଲକ୍ଷ ଚାଷୀଙ୍କୁ ୧୭ ହଜାର କୋଟି ଦିଆଯାଇଛି। ପ୍ରଧାନମନ୍ତ୍ରୀ କୃଷି ଭିତିଭୂମି ପାଣ୍ଠି ଅଧୀନରେ ବିଭିନ୍ନ କୃଷି ଭିତିକ ଭିତିଭୂମି ସୃଷ୍ଟି ପାଇଁ ଏକ ଲକ୍ଷ କୋଟି ଟଙ୍କା ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ଏହା ଦ୍ୱାରା କୃଷି ଏବଂ କୃଷି ଆନୁସଙ୍ଗିକ କାର୍ଯ୍ୟ କ୍ଷେତ୍ର ଉପରେ ନିର୍ଭର କରୁଥିବା ବ୍ୟକ୍ତିମାନେ ଲାଭବାନ ହେବେ। ଓଡିଶାର ଚାଷୀ ଭାଇଭଉଣୀମାନେ ମଧ୍ୟ ଏହି ଯୋଜନାରେ ଲାଭାନ୍ୱିତ ହେବା ଆବଶ୍ୟକ। ଉଠା ଦୋକାନୀମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ୧୦ ହଜାର ଟଙ୍କାର ଋଣ ବ୍ୟବସ୍ଥା କରିଛନ୍ତି। ଓଡିଶାର ଗଂଜାମ, ବାଲେଶ୍ୱର ବଲାଙ୍ଗିର, ଭଦ୍ରକ ଆଦି ଜିଲ୍ଲାରେ ପ୍ରଧାନମନ୍ତ୍ରୀ ରୋଜଗାର ଅଭିଯାନ ଚାଲୁ ରହିଛି। ଆଗାମୀ ଦିନରେ ଡିଜିଟାଲ ସ୍ୱାସ୍ଥ୍ୟ ମିସନ ସାରା ଦେଶରେ ଲାଗୁ କରାଯିବ। ଏହା ଦ୍ୱାରା ଗୋଟିଏ କାର୍ଡରେ ସମସ୍ତ ଜନସାଧାରଣ ନିଜ ନିଜର ସ୍ୱାସ୍ଥ୍ୟ ସଂପର୍କିତ ତଥ୍ୟ ରଖିପାରିବେ। ବିଜେପି କାର୍ଯ୍ୟକର୍ତମାନେ ଆତ୍ମନିର୍ଭର ପ୍ୟାକେଜ, ଭିତିଭୂମି ପାଣ୍ଠି, ପ୍ରବାସୀ ଶ୍ରମିକମାନଙ୍କୁ ରୋଜଗାର ଦେବା ଆଦି କାର୍ଯ୍ୟରେ ନିଜକୁୁ ନିୟୋଜିତ କରି ଲୋକଙ୍କୁ ଏସଂପର୍କରେ ଅବଗତ କରାଇବା ପାଇଁ ଜେ ପି ନଡ୍ଡା କାର୍ଯ୍ୟକର୍ତାମାନଙ୍କୁ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ କାର୍ଯ୍ୟକର୍ତାମାନେ ‘ଭୋକାଲ ଫର୍ ଲୋକାଲ’ ହୁଅନ୍ତୁ। ପିପିଲିର ଚାନ୍ଦୁଆ, ରାଘୁରାଜପୁର ପଟ୍ଟଚିତ୍ର ଓ ବୟନଶିଳ୍ପକୁ ଗ୍ଲୋବାଲ କରିବା ଦରକର। ଆଗାମୀ ଦିନେର ୬ ଲକ୍ଷ ଗାଁକୁ ଅପଟିକାଲ ଫାଇବାର ସଂଯୋଗୀ କରଣ କରି ଡିଜିଟାଲ ଗାଁ ନିର୍ମାଣ ହେବ। କରୋନା ସଙ୍କଟ ସମୟରେ ରାଜ୍ୟ ବିଜେପି କାର୍ଯ୍ୟକର୍ତାମାନେ ୬ ଲକ୍ଷ ୯୦ ହଜାର ରାସନ କିଟ, ୭ଲକ୍ଷ ସାନିଟାଇଜର ଏବଂ ସାଢେ ୫ ଲକ୍ଷ ମାସ୍କ ବଂଟନ କରିବା କାର୍ଯ୍ୟକୁ ଶ୍ରୀ ନଡ୍ଡା ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ୪୫୧ କି.ମି ଦୀର୍ଘ ବିଶିଷ୍ଟ ଦୀଘା-ଗୋପାଳପୁର ଉପକୂଳ ସଡକ ପଥ ନିର୍ମାଣ ପାଇଁ ୯ ହଜାର କୋଟି, ୨୯୦ କି.ମି. ଦୀର୍ଘ ବିଶିଷ୍ଟ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ପାଇଁ ୩୭୫୧ କୋଟି, କଟକ- ଅନୁଗୁଳ-ସମ୍ବଲପୁର ଜାତୀୟ ରାଜରାସ୍ତା-୫୫ ପାଇଁ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶାସନ କାଳରେ ଭୁବନେଶ୍ୱରରେ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ହେବା କାରଣରୁ ସାଧାରଣ ଲୋକ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ପାଇପାରୁଛନ୍ତି ବୋଲି ଜେ ପି ନଡ୍ଡା କହିଛନ୍ତି।

Comments are closed.