Odisha Link
Bridging the Missing Links in Odisha

କରୋନା : ରାଜ୍ୟରେ ୩୮୧୦ ପଜିଟିଭି ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୩୮୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୪୦୩୧ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୨୮୬ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୫୨୪ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୭୩, ବାଲେଶ୍ୱରରୁ ୧୨୦, ବରଗଡ଼ରୁ ୩୯୬, ଭଦ୍ରକରୁ ୧୦୭, ବଲାଙ୍ଗୀରରୁ ୪୩, ବୌଦ୍ଧରୁ ୨୯, କଟକରୁ ୩୨୨, ଦେବଗଡ଼ରୁ ୭, ଢେଙ୍କାନାଳରୁ ୫୧, ଗଜପତିରୁ ୨୦, ଗଞ୍ଜାମରୁ ୧୦୮, ଜଗତସିଂହପୁରରୁ ୬୭, ଯାଜପୁରରୁ ୨୫୨, ଝାରସୁଗୁଡ଼ାରୁ ୧୯୨, କଳାହାଣ୍ଡିରୁ ୫୭, କନ୍ଧମାଳରୁ ୪୫, କେନ୍ଦ୍ରାପଡ଼ାରୁ ୧୦୩, କେନ୍ଦୁଝରରୁ ୮୪, ଖୋର୍ଦ୍ଧାରୁ ୮୯୭, କୋରାପୁଟରୁ ୮୪, ମାଲକାନଗିରିରୁ ୩୭, ମୟୁରଭଞ୍ଜରୁ ୧୪୨, ନବରଙ୍ଗପୁରରୁ ୭୮, ନୟାଗଡରୁ ୬୨, ନୂଆପଡ଼ାରୁ ୯୩, ପୁରୀରୁ ୧୧୭, ରାୟଗଡ଼ାରୁ ୧୦୧ଜଣ, ସମ୍ବଲପୁରରୁ ୮୩, ସୋନପୁରରୁ ୧୦୬, ସୁନ୍ଦରଗଡ଼ରୁ ୩୪ ରହିଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୪୦୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୯୬୫୮ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୩୭୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୨୦୯୮୪୦୧ ଟି ସାମ୍ପୁଲ ଟେଷ୍ଟ୍ ହୋଇଛି।

Comments are closed.