Odisha Link
Bridging the Missing Links in Odisha

ପୂର୍ବରୁ ଅନୁଭବଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ ଏହି ମହିଳା

ଭୁବନେଶ୍ବର: ପତ୍ନୀ ତାଙ୍କ ବିରୋଧରେ ନ୍ୟାୟାଳୟକୁ ଯିବା ପରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ଅଡ଼ୁଆ ବଢ଼ିଛି। ଅନୁଭବଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ଛାଡ଼ପତ୍ର ଦାବି କରିଛନ୍ତି ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ତେବେ ଅନୁଭବଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଅନ୍ୟ ଜଣେ ମହିଳା ଅସଦାଚରଣ ଅଭିଯୋଗ ଆଣିଥିଲେ। ଗତ ବର୍ଷ ଜୁନ୍‌ ମାସରେ କଟକର ଜଣେ ୨୯ ବର୍ଷିୟ ମହିଳା ଏ ନେଇ ପୁଲିସ ଓ ଗଣମାଧ୍ୟମର ଦ୍ବାରସ୍ଥ ହୋଇଥିଲେ।

ସସ୍ମିତା ଆଚାର୍ଯ୍ୟ ନାମ୍ନୀ ଏହି ମହିଳା ଜଣକ ବୃତ୍ତିରେ ଜଣେ ସାମ୍ବାଦିକା ହୋଇଥିବା ବେଳେ ବିବାହିତା। କଟକ ବାସିନ୍ଦା ସସ୍ମିତାଙ୍କୁ ପ୍ରଥମେ ଅନନୁଭବଙ୍କ ଭାଇ ଅସଦ ବ୍ୟବହାର କରିଥିବା ସେ ସେତେବେଳେ ଅଭିଯୋଗ କରିଥିଲେ। ପରେ ଏ ନେଇ ଅନୁଭବଙ୍କ ପାଖରେ ଅଭିଯୋଗ କରିବାରୁ ସେ ମଧ୍ୟ ଅସଦାଚରଣ କରିଥିଲେ ବୋଲି ସ୍ମିତା ସେତେବେଳେ ପୁଲିସରେ ଅଭିଯୋଗ କରିଥିଲେ।

ଅନୁଭବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରି ସେତେବେଳେ ସସ୍ମିତା ଧାରଣାରେ ବସିଥିଲେ। ଏପରିକି ସେ ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପପଟ୍ଟନାୟୟକଙ୍କ ବାସଭବନରେ ପହଞ୍ଚିଥିଲେ ବି ପୁଲିିସ ତାଙ୍କୁ ଘଉଡ଼ାଇ ଦେଇଥିଲା। ଅବଶ୍ୟ ପରେ ଏ ମାମଲାକୁ ରଫାଦଫା କରିଦିଆଯାଇଥିଲା।

Comments are closed.