Odisha Link
Bridging the Missing Links in Odisha

ଆଜି ପୃଥିବୀ ନିକଟତର ହେବ ଗ୍ରହାଣୁ

ଭୁବନେଶ୍ୱର: ଆଜି ଏକ ବିରାଟ ଗ୍ରହାଣୁ ପୃଥିବୀର କକ୍ଷପଥ ଦେଇ ଅତିକ୍ରମ କରିବ। ପୃଥିବୀ ସହ ଗ୍ରହାଣୁର ଧକ୍କା ଦେବାର ସମ୍ଭାବନା ନାହିଁ ବୋଲି ନାସା ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆଜି ଭାରତୀୟ ସମୟ ଅପରାହ୍ନ ୨ଟା ୮ ମିନିଟରେ ‘ଗ୍ରହାଣୁ ୪୬୫୮୨୪୨୦୧୦ ଏଫଆର’ ପୃଥିବୀର ନିକଟତ ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଇଜିପ୍ଟ ସ୍ଥିତ ପ୍ରଖ୍ୟାତ ଗିଜା ପିରାମିଡ୍‌ର ପ୍ରାୟ ଦୁଇଗୁଣା ଆୟତନ ବିଶିଷ୍ଟ ଏହି ଉଲ୍‌କାର ଗତିପଥକୁ ନାସା ପକ୍ଷରୁ ନିରନ୍ତର ଅନୁଧ୍ୟାନ କରାଯାଉଛି।

ବୈଜ୍ଞାନିକଙ୍କ ସୂଚନା ଅନୁସାରେ, ଏହି ଗ୍ରହାଣୁ ୨୦୧୦ ମାର୍ଚ୍ଚ ୮ରେ ଆବିଷ୍କାର କରାଯାଇଥିଲା। ଆଜି ଏହା ପୃଥିବୀ ନିକଟତର ହେବାକୁ ଯାଉଥିବା ବେଳେ ଏହାର ଦୂରତା ପ୍ରାୟ ୭୭ଲକ୍ଷ କିଲୋମିଟର ରହିବ। ଅର୍ଥାତ ପୃଥିବୀ ଓ ଚନ୍ଦ୍ର ଦୂରତାର ପ୍ରାୟ ୧୯ଗୁଣ ଦୂରରେ ରହିବ। ଏହାର ହାରାହାରି ବେଗ ଘଣ୍ଟା ପ୍ରତି ୫୧ହଜାର କିଲୋମିଟର ରହିବ ବୋଲି ଜଣାପଡ଼ିଛି। ଆକଳନ ଅନୁଯାୟୀ ଏହା ମାତ୍ର ୧୨୦ ମିଟର ଚଉଡା ଏବଂ ୨୭୦ ମିଟର ଲମ୍ବା ଅଟେ। ଏହା ୪୩୯ ଦିନରେ ଥରେ ସୂର୍ଯ୍ୟ ଚାରିପଟେ ବୁଲି ଆସୁଛି ଏବଂ ପ୍ରତି ୪ରୁ ୬ ବର୍ଷ ଭିତରେ ପୃଥିବୀର ନିକଟତର ହୋଇଥାଏ।

Comments are closed.