Odisha Link
Bridging the Missing Links in Odisha

ପୋଲିସ ଗାଡ଼ି ଧକ୍କାରେ ଜିଆରଏସ୍‌ ମୃତ

ମାଲକାନଗିରି: ମାଲକାନଗିରି ପଙ୍ଗାମାଠାରେ ପୁଲିସ ଭ୍ୟାନ ଓ ଜିଆରଏସଙ୍କ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି । ମାଥିଲି ଥାନାରୁ କିଛି ପୁଲିସ କର୍ମଚାରୀ ପୁଲିସ ଭ୍ୟାନରେ ମାଲକାନଗିରି ଅଭିମୁଖେ ବାହାରିଥିଲେ। ନାୟକଗୁଡା ଜିଆରଏସ ବାଲାରାଜୁ ସାହୁ ବିପରୀତ ଦିଗରୁ ସ୍କୁଟିରେ ଆସୁଥିବା ବେଳେ ପଙ୍ଗାମାଠାରେ ମୁହାଁମୁହିଁ ଧକ୍କା ହୋଇଥିଳା। ଫଳରେ ଘଟଣା ସ୍ଥଳରେ ଜିଆରଏସଙ୍କ ମୃତ୍ୟୁ ହୋଇଥିଲା। ଘଟଣା ସ୍ଥଳରେ ଉତେଜନା ଲାଗି ରହିଥିବା ବେଳେ ୩୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ।

Comments are closed.