Odisha Link
Bridging the Missing Links in Odisha

କଙ୍ଗନାଙ୍କ ନାଁରେ ଏତଲା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ବିରୋଧରେ ଥାନାରେ ଏତଲା। ଶିବସେନାର ଆଇଟି ସେଲ୍ କଙ୍ଗନାଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଛି। ଅଭିଯୋଗ ମୁତାବକ ମୁମ୍ବାଇକୁ ପାକିସ୍ତାନ ଅଧିକୃତ କାଶ୍ମୀର ସହିତ ତୁଳନା କରିଛନ୍ତି କଙ୍ଗନା।

ଶିବସେନା ଆଇଟି ସେଲର ସଦସ୍ୟମାନେ ମୁମ୍ବାଇଥାନା ଏବଂ ଶ୍ରୀନଗର ପୋଲିସ ଷ୍ଟେସନରେ ପାକିସ୍ତାନ ଦଖଲ କରିଥିବା କାଶ୍ମୀର ଅନୁରୂପ ଅଭିଯୋଗରେ କଙ୍ଗନାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। କଙ୍ଗନା ରାନାୱତ ମୁମ୍ବାଇ ପୋଲିସ ଏବଂ ମହାରାଷ୍ଟ୍ର ବିରୋଧରେ ଅନେକ ମନ୍ତବ୍ୟ ଦେଇ ବିବାଦ ସୃଷ୍ଟି କରିଥିଲେ। ଶିବସେନା ନେତା ସଞ୍ଜୟ ରାଉତଙ୍କ ଏକ ମନ୍ତବ୍ୟର ଜବାବରେ ସେ ସହରରେ ନିଜକୁ ଅସୁରକ୍ଷିତ ମନେ କରିବା ପରେ କଙ୍ଗନା ମୁମ୍ବାଇକୁ ପାକିସ୍ତାନ ଅଧିକୃତ କାଶ୍ମୀର ସହିତ ତୁଳନା କରିଥିଲେ।

Comments are closed.