Odisha Link
Bridging the Missing Links in Odisha

ଭାରତରେ ବନ୍ଦ ହେବନି କୋଭିସିଲ୍‌ଡ ଟୀକା ପରୀକ୍ଷଣ: ସେରମ ଇନଷ୍ଟିଚ୍ୟୁଟ

ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରତିହତ କରିବା ପାଇଁ ଟୀକା ପରୀକ୍ଷଣ ଜାରି ରହିଛି। ୟୁରୋପୀୟ କମ୍ପାନୀ ଏହାର ଶେଷ ପର୍ଯ୍ୟାୟ ଟିକା ପରୀକ୍ଷଣ କରୁଥିବେ ବେଳେ ଏବେ ପ୍ରତିବନ୍ଧକ ଲାଗାଇଛି। ଶେଷ ପର୍ଯ୍ୟାୟ ମାନବ ପରୀକ୍ଷଣ ସମୟରେ ଜଣେ ବ୍ୟକ୍ତି ଅସୁସ୍ଥ ହୋଇପଡିଥିବାରୁ ଟିକା ପରୀକ୍ଷଣ ସ୍ଥଗିତ ରଖାଯାଇଛି। କିନ୍ତୁ ଭାରତରେ ବନ୍ଦ ହେବନି ଅକ୍ସଫୋର୍ଡ ଟୀକା କୋଭିସିଲ୍‌ଡର ପରୀକ୍ଷଣ। କୋଭିସିଲ୍‌ଡ ସଂପର୍କରେ ଉତ୍ପାଦନକାରୀ ସଂସ୍ଥା ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ କୁହାଯାଇଛି ଯେ, ବ୍ରିଟେନରେ ଟୀକା ପରୀକ୍ଷଣ ବନ୍ଦ ହୋଇଥିଲେ ବି ଭାରତରେ ଟୀକା ପରୀକ୍ଷଣ ବନ୍ଦ ହେବନି। ବ୍ରିଟେନରେ ଟୀକା ପରୀକ୍ଷଣ କାହିଁକି ବନ୍ଦ କରାଗଲା ଆମେ ତାହାର ମତାମତ ଦେବୁନି। ହୁଏତ ସେଠାରେ ସେମାନେ କିଛି କାଳ ପାଇଁ ଟୀକା ପରୀକ୍ଷଣ ବନ୍ଦ କରିଥାଇ ପାରନ୍ତି। ଭାରତରେ କିନ୍ତୁ ଟୀକା ପରୀକ୍ଷଣ ଚାଲୁ ରହିବ। ଆମେ ଏଠାରେ ଟୀକାକୁ ନେଇ କୌଣସି ଅସୁବିଓାର ସମ୍ମୁଖୀନ ହୋଇନୁ।

Comments are closed.