Odisha Link
Bridging the Missing Links in Odisha

ମୁମ୍ବାଇ ପହଞ୍ଚିଲେ କଙ୍ଗନା, ଶିବସେନାର କ‌ଡ଼ା ବିରୋଧ

ମୁମ୍ବାଇ: ମୁମ୍ବାଇ ପହଞ୍ଚିଲେ ଅଭିନେତ୍ରୀ କଙ୍ଗନା ରଣାୱତ। ଶିବସେନାର ଧମକ ଓ କେନ୍ଦ୍ର ସରକାରଙ୍କର କଙ୍ଗନାଙ୍କୁ y+ ସୁରକ୍ଷା ପରେ କଙ୍ଗନାଙ୍କୁ ନେଇ ଆଲୋଚନା ଜୋର ଧରିଛି। ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚି ସାରିଛନ୍ତି କଙ୍ଗନା। ତେବେ ମୁମ୍ୱାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କ ପାଇଁ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। କଙ୍ଗନାଙ୍କ ମୁମ୍ବାଇ ଆଗମନକୁ କ‌ଡ଼ା ବିରୋଧ କରୁଛି ଶିବସେନା। ଶିବସେନା ସମର୍ଥକଙ୍କ ପକ୍ଷରୁ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ କଙ୍ଗନା ରଣାୱତଙ୍କୁ କଳାପତାକା ପ୍ରଦର୍ଶନ କରାଯାଉଛି। ଏଥିସହ କଙ୍ଗନାଙ୍କ ସମର୍ଥନରେ କର୍ଣ୍ଣି ସେନା ମେଳି କରିଛି।

ସୂଚନାଯୋଗ୍ୟ, କଙ୍ଗନା ମହାରାଷ୍ଟ୍ର ସରକାର ଓ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ମୁମ୍ବାଇ ଫେରିବାକୁ ଘୋଷଣା କରିଥିଲେ। ଇତି ମଧ୍ୟରେ ଆଜି ବିଏମସି କଙ୍ଗନା‌ଙ୍କ ମଣିକର୍ଣ୍ଣିକା କୋଠାକୁ ଭାଙ୍ଗିଛି। ବିଏମସି ବାନ୍ଦ୍ରା ୱେଷ୍ଟ ପାଲି ହିଲ୍ ରୋଡରେ ଥିବା କଙ୍ଗନାଙ୍କ ଅଫିସରେ ହୋଇଥିବା ବେଆଇନ୍ ନିର୍ମାଣକୁ ଭାଙ୍ଗି ଦେଇଛି। ସ୍ଥାନୀୟ ପ୍ରଶାସନ ଜେସିବି ଓ ଶ୍ରମିକଙ୍କ ସହାୟତାରେ କଙ୍ଗନାଙ୍କ ଅଫିସରେ ହୋଇଥିବା ଅବୈଧ ନିର୍ମାଣକୁ ଭାଙ୍ଗିଛି। ଏହି ମାମଲାରେ ଅଫିସ୍ ଭଙ୍ଗା ବନ୍ଦ କରିବା ସହ ଏକ ସତ୍ୟପାଠ ଦାଖଲ କରିବା ପାଇଁ ବିଏମସିକୁ ଆଜି ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.